କବିତା

ମନ କାହିଁ ମାନେନା

Binay Mohapatra's odia poem Mana Kaahin Maanenaa

ତୁମରି ଟିକିଏ ହସର,
ସାତ ରଙ୍ଗି ଇନ୍ଦ୍ରଧନୁ ଛଟା,
ରଙ୍ଗ ଭରି ଗଲା,
ଏଇ ମୋର ନିସଙ୍ଗ ଜୀବନରେ ।

ମନ କାହିଁ ମାନେନା

ତୁମରି ଗୋଟିଏ ଚାହାଣିରେ,
କୋଟିଏ କଦମ୍ବ ଫୁଟି ଗଲା,
ରୋମାଞ୍ଚ ଦେଇ ଗଲା,
ମୋର ତନୁ ରେ, ମୋ ମନରେ
ଆଉ ମୋର କଳ୍ପନାର ଉପବନରେ ।

ତୁମରି ଟିକିଏ ହସର,
ସାତ ରଙ୍ଗି ଇନ୍ଦ୍ରଧନୁ ଛଟା,
ରଙ୍ଗ ଭରି ଗଲା,
ଏଇ ମୋର ନିସଙ୍ଗ ଜୀବନରେ ।

ପଲ୍ଲବିତ କରି ଗଲା ମନ ମରୁବନ
ସତ ଲାଗେ ଏଇ ମୋର,
କଳ୍ପନାର ନନ୍ଦନ କାନନ ।

ତୁମରି ପଦିଏ କଥାରେ,
ବୁଣି ଗଲି ସପନର ନବରଙ୍ଗି ପାଟ,
ତୁମ ଆଖିର ସମୁଦ୍ରୀ ନୀଳ ନେଇ,
ତୁମ କୁନ୍ତଳ ର କଳା ଦେଇ,
ତୁମ ଦେହ ଆଉଟା ସୁନାର ରଙ୍ଗ,
ଆଉ ତୁମ ଗୋଲାପି ଓଠର ନାଲିମା,
ସବୁ ମିଶି ଆଙ୍କି ଦେଲା ତୁମ ଚିତ୍ରପଟ ।

ତୁମରି ଟିକିଏ ଛୁଆଁ ରେ,
ସବୁ କିଛି ଚହଲାଇ ଦେଲ,
ମନକୁ ମୋ ମତୁଆଲା କରି ନେଲ,
ନିଦୁଆ ଆଖିରେ ମୋର,
ଭରି ଦେଇ ଗଲ ତୁମେ,
କେତେ ଜାତି ସୁନେଲି ସପନ ।

କିଛି ତ ଦିଶୁନି ଆଉ, ତୁମ ରୂପ ଛଡା,
ଚଉ ଦିଗେ ତୁମକୁ ଦେଖୁଛି,
ତୁମ ମୁଁହ ଦିଶି ଯାଏ,
ପୁଲରେ ଫୁଲରେ,
ସବୁ ଥିରେ ତୁମରି ରୂପର ଶୁଷମା ।

କିଛି ତ ଶୁଭୁନି ଆଉ,
ତୁମର ସେ ମିଠା ମିଠା ସୁର ବିନା,
କୋଇଲିର କୁହୁ ତାନେ,
ଭ୍ରମର ର ଗୁଞ୍ଜରଣେ,
ଝରଣାର କୁଳୁ କୁଳୁ ନାଦେ,
ତୁମର ସେ ଖିଲି ଖିଲି ହସର ଜୁଆର ।

ତୁମରି ବାସ୍ନା ଦେଇ ଗଲ,
ଫୁଲରେ ଫୁଲରେ,
ଜୁଇରେ, ଜାଇରେ,
ମଲ୍ଲି ଆଉ ମାଳତୀରେ,
ମଳୟର ସୁଲୁ ସୁଲୁ ବାଆରେ ।

ପ୍ରିୟା ଗୋ,
ତୁମ ବିନା କିଛି ଭଲ ଲାଗେନା,
କେଉଁ ଥିରେ ମନ କାହିଁ ମାନେନା,
ତୁମ ବିନା ଆଉ କିଛି ଚାହେଁନା ।

ଲୋକପ୍ରିୟ ଲେଖା

To Top