କବିତା

ମନ

Minati Pradhan's odia poem Mana

ଏବେ ବଢିଲା ବୟସରେ, ଅଜ୍ଞ ମୁଁ ,
ମନେ ପକାଇ ବୁଝିପାରେ-
ତାକୁ ରୁଚେନି ଯାହା ଆମର ପସନ୍ଦ ।
ଠିକ୍‌ ଯେମିତି ତରଳ ପଦାର୍ଥ
ପସନ୍ଦ ତା’ ରୂପ ନିଏ ପାତ୍ର ଆକାରରେ ।

ମନ

ଭାତ ବାଢିଲା ବେଳେ, ଏବେ
ସବୁଦିନ ମନେ ପଡେ
ବୋଉ କଥା, ସଭିଙ୍କ ଥାଳିରେ ନଜର-
ପରଷି ଦିଏ, ମନ ଜାଣି
କେମିତି କେଜାଣି ?

ସମସ୍ତଙ୍କ ଖିଆ ସରିଲେ, ଖାଇ ବସେ ବୋଉ ।
ତୋର ଏଇଟା କାହିଁ, ସେଇଟା କାହିଁ ପଚାରିଲେ
ଭୁଲେଇ କହେ, “ମୋତେ ଭଲ ଲଗେନି” ।
ଆଶ୍ଚର୍ଯ୍ୟ ହୁଏ ମୁଁ, ବାଛ ବିଚାର ନ କରି
ସବୁ ଖାଇବାକୁ କହୁଥିବା ବୋଉର ଏ କି ରୂପ !

ଏବେ ବଢିଲା ବୟସରେ, ଅଜ୍ଞ ମୁଁ ,
ମନେ ପକାଇ ବୁଝିପାରେ-
ତାକୁ ରୁଚେନି ଯାହା ଆମର ପସନ୍ଦ ।
ଠିକ୍‌ ଯେମିତି ତରଳ ପଦାର୍ଥ
ପସନ୍ଦ ତା’ ରୂପ ନିଏ ପାତ୍ର ଆକାରରେ ।

ତା ଜାଗାରେ ଛିଡା ହୋଇ
ଆଜି ଦୁନିଆକୁ ଦେଖିବା ବେଳେ,
ବୋଉର ମନକୁ ଠିକ ବୁଝିପାରେ
କାହିଁକି ତା ପସନ୍ଦ୍‌ ବଦଳେ
ଅନ୍ୟର ମନ ଅନୁସାରେ !

ଲୋକପ୍ରିୟ ଲେଖା

To Top