କବିତା

ମନ ସିଲଟ

Ashok Biswal's odia poem Mana Aakaashara Jahna

କେଉଁଠି ଲେଖିବି ତୁମର ନାମକୁ
କାଗଜର ଲେଖା ଦିନେ ଲିଭି ଯିବ
ଚିରିଯିବ ଖଣ୍ଡ ଖଣ୍ଡ ହୋଇ କିଛି ଦିନ ପରେ
ଲେଖିବି ମୁଁ ମନ ସିଲଟରେ
ତୁମର ନାମକୁ
କେବେ ଲିଭିବନି
ଆଙ୍କିବି ତୁମ ଛବି ଯତନରେ
କବେ ଫିକା ବି ହେବନି
ସବୁବେଳେ ଦିଶୁଥିବ ନୂଆ ।

ମନ ସିଲଟ

କେଉଁଠି ଲେଖିବି ତୁମର ନାମକୁ
କାଗଜର ଲେଖା ଦିନେ ଲିଭି ଯିବ
ଚିରିଯିବ ଖଣ୍ଡ ଖଣ୍ଡ ହୋଇ କିଛି ଦିନ ପରେ
ଲେଖିବି ମୁଁ ମନ ସିଲଟରେ
ତୁମର ନାମକୁ
କେବେ ଲିଭିବନି
ଆଙ୍କିବି ତୁମ ଛବି ଯତନରେ
କବେ ଫିକା ବି ହେବନି
ସବୁବେଳେ ଦିଶୁଥିବ ନୂଆ ।

କାଗଜର ଲେଖା ଲିଭି ଯିବ ଦିନେ
ଚିରି ଯିବ କିଛି ଦିନ ପରେ
ତୁମ ନାମ ମୋ ମନ ସିଲଟରେ
ପବନ ପଶି ପାରିବନି
ଠୋପାଏ ପାଣି ପଡିବନି କେବେ
ଲିଭିବନି କେବେ ମନ ସିଲଟାରୁ
ତୁମେ ରହିଥିବ ଜୀବ ଥିବା ଯାଏଁ ।

କେତେ ପ୍ରେମ କରୁଛି ତୁମକୁ
କେତେ ପ୍ରେମ କରୁଛି ତୁମକୁ
ମୋ ମନ ସିଲଟରେ
ତୁମେ ପ୍ରଥମ ତ ଶବ୍ଦ
ଆଉ କିଛି କେବେ ଶବ୍ଦ ବି ନଥିଲା
ଆଉ ଶବ୍ଦ କେବେ ଆସିବନି
ମନ ସିଲଟରେ
ତୁମ ନାମ ରହିଥିବ ଜୀବ ଯିବା ଯାଏଁ
ଆଙ୍କାଥିବ ତୁମର ତ ଛବି
ସବୁବେଳେ ନୂଆ ଦିଶୁଥିବ ।

(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top