କବିତା

ମଣିଷ ଓ ମାଛର ଯୁଦ୍ଧ

Navajyoti Ray's odia poem Manisha O Machhara Judhya

ଆମେ ଏବେ ବିଜ୍ଞାନକୁ ଜିତୁଛୁ
ମାଛକୁ ଡବାରେ ବନ୍ଦ କରିବାକୁ
ସେ ମାଛକୁ ମଧୁର ପାଣିରେ ରଖି ନ ଦେବାର
ବ୍ୟବସ୍ଥା ଆବିଷ୍କାର କରୁଛୁ

ମଣିଷ ଓ ମାଛର ଯୁଦ୍ଧ

ଯେଉଁ ମାଛମାନେ ରହନ୍ତି ମଧୁର ପାଣିରେ
ତାଙ୍କୁ ନେଇ ଆମେ ଛାଡ଼ି ଦେଉ ସମୁଦ୍ରରେ
କାରଣ ମଧୁର ଜଳର ମାଛଗୁଡ଼ିକ ବିକ୍ରି ହୋଇଯାଆନ୍ତି
କାରଣ ଆମେ ସମୁଦ୍ରରୁ ମାଛ ଧରୁ
କାରଣ ଆମ ନାଆ ଗୁଡ଼ିକ ବିରାଟ
ନଦୀରେ ଜାଗା ଧରନ୍ତିନି ।
ଆମେ ମାଛଧରୁ କାରଣ ଆମେ ତାଙ୍କୁ
ବିକ୍ରି କରିବୁ ବନ୍ଦଡବାରେ
ବନ୍ଦ ଡବାର ମାଛ ଆମ ଲୋକତନ୍ତ୍ରର ପ୍ରତୀକ
ସମସ୍ତଙ୍କ ପାଇଁ ସଜ ମାଛର ସ୍ଥାନ ଉପଲବ୍ଧ
ଆମେ ଏବେ ବିଜ୍ଞାନକୁ ଜିତୁଛୁ
ମାଛକୁ ଡବାରେ ବନ୍ଦ କରିବାକୁ
ସେ ମାଛକୁ ମଧୁର ପାଣିରେ ରଖି ନ ଦେବାର

ବ୍ୟବସ୍ଥା ଆବିଷ୍କାର କରୁଛୁ
କିନ୍ତୁ ବିଜ୍ଞାନ ଆମକୁ ଦେଖାଏ ଯେଉଁ ପରିସଂଖ୍ୟାନ
ତାହା କୁହେ କି ମାଛଙ୍କ ମଧ୍ୟରେ ସମୁଦ୍ରରୁ
ମିଠାପାଣିକୁ ଫେରିଆସିବାର ଅଦମ୍ୟ ଇଚ୍ଛା
ଆମେ ମାଛର ବଂଶକୁ ସମୃଦ୍ଧ କରୁଛୁ
ଯେମିତି ତାହା ହେବ ସୁସ୍ୱାଦୁ ଏବଂ ମହଙ୍ଗା
ମାଛ ତାଗଡା ହୋଇ ଚାଲିଛି ଆଉ ମିଠା ପାଣିକୁ
ଫେରିବାର ତାକତରେ ହେଉଛି ଡହଳ ବିକଳ
ଆମେ ବିଜ୍ଞାନ ଦ୍ୱାରା ଏହି ସିଦ୍ଧାନ୍ତରେ ଉପନୀତ
ଆମକୁ ମାଛକୁ ସମୁଦ୍ରରେ ଛାଡ଼ି
ତାଙ୍କୁ ଏତେ ଜଲ୍ଦି ମାରି ଦେବାକୁ ହେବ
ଯେପରି ନଦୀକୁ ପୁଣି ଫେରି ପାରିବେନି !

ଲୋକପ୍ରିୟ ଲେଖା

To Top