କବିତା

ମେଢ ଭାଷାଣି

Prashant Kumar Nath's odia poem Medha Bhashani

କିଏ ସେ ନାଚେ ଲୁଙ୍ଗିକି ଟେକି
ମାରଇ ଲୁଙ୍ଗି ଡାନ୍ସ
ଛାତ ଉପରେ ଝିଅକୁ ଦେଖି
ମାରାଇ କିଏ ଚାନ୍ସ ।

ମେଢ ଭାଷାଣି

ମେଢ ଭାଷାଣି ହୋଇବ ବୋଲି
ହୋଇଣ ସବୁ ସଜ
ଢକ ଢକ କରି ପିଇ ଯାନ୍ତି
ମଦ ରୂପକ ପେଜ ।

ମୁହଁରେ ମାରି ବ୍ରୋଞ୍ଜ ମେଞ୍ଚାଏ
ନାଗିନ ନାଚ ନାଚି
ମେଢ଼କୁ ଧରି ନିଅନ୍ତି ରାସ୍ତେ
କଚାଡି ଆଉ ଛେଚି ।

କିଏ ସେ ନାଚେ ଲୁଙ୍ଗିକି ଟେକି
ମାରଇ ଲୁଙ୍ଗି ଡାନ୍ସ
ଛାତ ଉପରେ ଝିଅକୁ ଦେଖି
ମାରାଇ କିଏ ଚାନ୍ସ ।

କାହାର ଟିକେ ଅଧିକ ହେଲେ
କରୁଛି ସିଏ ବାନ୍ତି
କିଏ ପୁଣି ନର୍ଦମାରେ ଶୋଇ
ପାଉଛି ପୁରା ଶାନ୍ତି ।

ପୂଜା ସରିଲେ କାମ ସରିଲା
ଭକତି ଭାବ କାହିଁ
ପୂଜା ଚାନ୍ଦାରେ ଭୋଜି ହୁଅଇ
ପୂଜା ଆସିଲେ ଧାଇଁ ।

ଯୁବତୀ ଏଠି ନାଚ କରନ୍ତି
ଗାଡି ଉପରେ ଚଢ଼ି
ଅଶ୍ଳୀଳ ନାଚ ଦେଖି ଯୁବକ
ହୁଅନ୍ତି ଗଡଗଡ଼ି ।

ଭାଷାଣି ତୁଠ ଆସଇ ଯେବେ
ପାଣିରେ କିଏ ପସେ
ଅବ କିଏସେ ହୋଇ ବେହୋସ
ମେଢ଼କୁ ପଛୁ ଠେସେ ।

ମେଢ ଭାଷାଣି ହୁଏ ଏମିତି
ଆଜିକା ଦିନେ ଭାଇ
ପୂଜା ପରବ ଭାଷାଣି ହୁଏ
ମଉଜ ମସ୍ତି ପାଇଁ ।

ଲୋକପ୍ରିୟ ଲେଖା

To Top