କବିତା

ମେରିଏନ୍

Ashok Biswal's odia poem Merien

ଉଡ଼ିବୁଲୁଥାନ୍ତି ଧଳାପକ୍ଷୀମାନେ ତା’ର ଚାରିପଟେ
ଧାଇଯାଆନ୍ତି ଛୋଟମାଛମାନେ ପାଦ ଯାଏ ତା’ର

ମେରିଏନ୍

ସାରାଦିନ, ସାରାରାତି ମେରିଏନ୍
ସମୁଦ୍ରରକୂଳର ଘୁଞ୍ଚି ଯାଉଥିବା ବାଲିର କଡ଼ରେ
ଏମିତିକି ଛୋଟ ପିଲାମାନେ ପାଆନ୍ତି ଭଲ ମେରିଏନ୍‌କୁ
ସମୁଦ୍ରକୂଳର ଘୁଞ୍ଚି ଯାଉଥିବା ବାଲିର କଡ଼ରେ ।

ସମୁଦ୍ର କୂଳରେ ଚାଲୁଥାଏ ଯେତେବେଳେ ଏକା
ଉଡ଼ିବୁଲୁଥାନ୍ତି ଧଳାପକ୍ଷୀମାନେ ତା’ର ଚାରିପଟେ
ଧାଇଯାଆନ୍ତି ଛୋଟମାଛମାନେ ପାଦ ଯାଏ ତା’ର
ହୃଦୟରେ ତା’ର ଖାଲି ସ୍ନେହ ଆଉ ପ୍ରେମ
କିନ୍ତୁ ମୁଁ ଏକ ହିଁ ଯୁବକ
ଯିଏ ମେରିଏନ୍‌କୁ ଦେଇଅଛି ଚୁମା ।

ମେରିଏନ୍ ଓ ମେରିଏନ୍
କ’ଣ ପାଇଁ ତୁମେ ମୋତେ ହେଉ ନାହିଁ ବାହା
ବାଉଁଶରେ ଆମେ ଏକ କୁଡ଼ିଆ କରିବା
ଚାହାରେ ମିଶିଥିବ ବ୍ରାଣ୍ଡି
ଛାଡ଼ି ଚାଲିଆସ ତୁମ ମୋଟି ମା’ର ଘର
ସେ କେବେ ହଁ କହିବନି
ଯଦି ତୁମର ମା’ ଜାଣି ନଥିବ, କିନ୍ତୁ ଭାବି ନେବ ।

ଲୋକପ୍ରିୟ ଲେଖା

To Top