କବିତା

ମୋ ଆକାଶର ଜହ୍ନ

Binay Mohapatra's odia poem Mo Aakaashara Jahna

ତୁମ ବିନା ମୋ କଳ୍ପନା
କୁହ ହୁଅନ୍ତା କେମିତି ।
ଜଳ ଶୂନ୍ୟ ନଦୀ ପରି,
ବାସ ହୀନ ଫୁଲ ସରି,
ଶବ୍ଦ ବିନା ମୋ କବିତା
ସୁର ବିନା ସଙ୍ଗୀତ ଯେମିତି ।

ମୋ ଆକାଶର ଜହ୍ନ

ତୁମେ ଯଦି ମୋ ଜୀବନେ
ନ ଥାଆନ୍ତ ଆସି,
କେମିତି ଦିଶନ୍ତା ସତେ
ମୋ ଜୀବନ, ମୋ ଆକାଶ
ଜହ୍ନ ବିନା ଫିକା ଫିକା
ରାତ୍ରୀ ମୋ ଉଆଁସି ।।

ତୁମ ବିନା ମୋ କଳ୍ପନା
କୁହ ହୁଅନ୍ତା କେମିତି ।
ଜଳ ଶୂନ୍ୟ ନଦୀ ପରି,
ବାସ ହୀନ ଫୁଲ ସରି,
ଶବ୍ଦ ବିନା ମୋ କବିତା
ସୁର ବିନା ସଙ୍ଗୀତ ଯେମିତି ।।

କେମିତି ଲାଗନ୍ତା ସତେ,
ଏ ଦୁନିଆ ଖାଲି ଖାଲି
ତୁମ ସୁର ବିନା ।
କେମିତି ହୁଅନ୍ତା କୁହ
ତୁମ କର କଙ୍କଣର
ସୁର ଝଙ୍କାର ହୀନା ।।

ତୁମେ ଅଛ,
ଏ ପବନେ ଭରିଛି ତୁମରି ମହକ,
ଦେଇଯାଏ ମିଠା ମିଠା ଶିହରଣ
ଏ ନିଃଶବ୍ଦ ପୃଥିବୀରେ ଏକ ସୁର
ସିଏ ତୁମ ମଧୁର ଗୁଞ୍ଜରଣ ।।

ତୁମେ ହିଁ କେବଳ ତୁମେ ହୋଇପାର,
ନା ଆଉ କାହା ପରି,
ନା ଆଉ କିଏ ତୁମ ସରି,
ହୋଇ ପାରେ ମୋ ପାଇଁ,
ତୁମେ କେବଳ ତୁମରି ଉପମା ।

ଲୋକପ୍ରିୟ ଲେଖା

To Top