କବିତା

ମୋ ଘର

Manjurani Mishra's odia poem Mo Ghara

ତୁଳସୀ ଚଉରା ମୂଳ
ସଞ୍ଜଦୀପ ଆଲୁଅରେ
ଆଶୀଷର ଭିକ୍ଷା ମାଗେ
ଅମୃତର ଆସ୍ଵାଦନ

ମୋ ଘର

ଘର
ଦୁଇଟି ଅକ୍ଷର
ସମ୍ପର୍କର ମହୁଝର
ଘରରୁ ଅଗଣା ବାରି ଦୁଆର
ମୁଠା ମୁଠା ସ୍ମୃତିର ଇସ୍ତାହାର
ମୋର ଘରର କାନ୍ଥ କବାଟରେ
ମାର୍ଗଶିର ଗୁରୁବାରର ହସ୍ତାକ୍ଷର
ଭାରି ଆପଣାର
ତମାମ ଦୁଃଖର ତମସା ଭିତରେ
ଖେଳିଯାଏ ଜହ୍ନର ଯୋଛନା
ଜୀବନକୁ ଜିଇଁହୁଏ
ଅଛି ବୋଲି ତ କିଛି ସମ୍ଭାବନା
ଅବିଭାଜ୍ୟ ସପନର ନିରୋଳା ନଅର

ଭୁଲ ଠିକ ପଶାପାଲି
ଖେଳର ଆସର
ଅପହଞ୍ଚ ଇଲାକାରେ
ଭିଡ଼ିମୋଡ଼ିହୁଏ ଇତିହାସର ବୟସ
ମୋ ଘର ଭୂଗୋଳ
ନିଶୀର୍ଥ ସୂର୍ଯ୍ୟର ଦେଶ
ମନୋରମ ତୃପ୍ତିର ଆଶ୍ଳେଷ
ତୁଳସୀ ଚଉରା ମୂଳ
ସଞ୍ଜଦୀପ ଆଲୁଅରେ
ଆଶୀଷର ଭିକ୍ଷା ମାଗେ
ଅମୃତର ଆସ୍ଵାଦନ
ସର୍ବେ ଭବନ୍ତୁ ସୁଖିନଃ
ସର୍ବେ ଭବନ୍ତୁ ସୁଖିନଃ । ।

ଲୋକପ୍ରିୟ ଲେଖା

To Top