କବିତା

ମୋ ଜୀବନ ଆଧାର

Ashutosh Meher's odia poem Mo Jeebana Aadhaara

ତୁମ ଉପରେ ମୋର
ଅମାପ ଅଗାଧ ବିଶ୍ୱାସ;
ଏ ସବୁ କେହି ଜାଣନ୍ତିନି
କେହି ଦେଖିନ୍ତି ନି ।

ମୋ ଜୀବନ ଆଧାର

ମୁଁ ତୁମକୁ ମନେମନେ
ପ୍ରାର୍ଥନା କରେ
ନତ ମସ୍ତକ ହୁଏ;
ତୁମ ଉପରେ ମୋର
ଅମାପ ଅଗାଧ ବିଶ୍ୱାସ;
ଏ ସବୁ କେହି ଜାଣନ୍ତିନି
କେହି ଦେଖିନ୍ତି ନି ।

ହେଲେ ମୁଁ
ହିଁ ଜାଣିଛି ନିଃସଂଦେହରେ
ମୋ ଜୀବନରେ
ଯାହାକିଛି ଚମକ ଘଟିଛି
ସେ ସବୁ ହିଁ
ଖାଲି ଏଇଥି ପାଇଁ
ତୁମ ବରଦାନରେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top