କବିତା

ମୋ ନିଜ ଲୁହ ମୁଁ ନିଜେ ହିଁ ପିଉଛି

Bidhan Chandra Swain

ବିନ୍ଦୁ ବିନ୍ଦୁ ଝାଳକୁ ଅଞ୍ଜଳୀରେ ଧରି
ତୁମକୁ ସମର୍ପଣ କଲି ।
ହେଲେ ତୁମେ ଆଜି କାହିଁକି ବୁଝୁନ ଯେ
ତୁମରି ନେଇ ମୋ ସ୍ମୃତିର ସବୁଜ ଅରଣ୍ୟରେ
ଭୟାବହ ଅଗ୍ନିକାଣ୍ଡ ।

ମୋ ନିଜ ଲୁହ ମୁଁ ନିଜେ ହିଁ ପିଉଛି

ସବୁଶବ୍ଦକୁ ଠୁଳ କରି
ମୁଁ ନିଆଁ ଲଗାଇଲି
ନିଛାଟିଆ ଖରାବେଳକୁ ସାଉଁଟି
ନିଆରା ପ୍ରେମ କଲି ।

ବିନ୍ଦୁ ବିନ୍ଦୁ ଝାଳକୁ ଅଞ୍ଜଳୀରେ ଧରି
ତୁମକୁ ସମର୍ପଣ କଲି ।
ହେଲେ ତୁମେ ଆଜି କାହିଁକି ବୁଝୁନ ଯେ
ତୁମରି ନେଇ ମୋ ସ୍ମୃତିର ସବୁଜ ଅରଣ୍ୟରେ
ଭୟାବହ ଅଗ୍ନିକାଣ୍ଡ ।

ମୋ ଆଖି ଲୁହର ପରମାୟୁ ଯେ
ଦିନେ ଏତେ ବଢ଼ିଯିବ
ଏକଥା ଯଦି ମୁଁ ଆଗରୁ ଜାଣିଥାନ୍ତି
ସତ କହୁଛି
ପ୍ରେମ ପସରାରୁ ସବୁଜ ଦୁଃଖକୁ
କିଣିବାକୁ ମୋଟେ ମନବଳାଇ ନ ଥାନ୍ତି
କଳି ବୁଳି ହୁଣ୍ଡି ଝିଅଟେ ପରି
ଦିନଗୁଡ଼ିକ ଏବେ ନିତିନିତି
ମୋ ଦୁଆରେ କଜିଆ କରନ୍ତି
ଏତେ ହେଲା ପରେ ବି
ତମେ କେମିତି କେମିତି ଲାଗ କେଜାଣି
ଯାହାକୁ କହିବାକୁ ଭାବିଲା ବେଳେ
ମୋ ଅଜାଗା ଘା’ରୁ ତୁଛାଟାରେ ବି ରକ୍ତ ଝରେ
ତୁମ ଆଖିକୁ ଚାହିଁଦେଲେ
ମୋ ମନରେ ସାତ ସମୁଦ୍ର ଲହଡ଼ି ଭାଙ୍ଗେ
ମୋ ନିରୁତ୍ତାପ ଯୌବନର ପଦଚାଳନ ପାଇଁ
ମୁଁ ଏବେ ଅନୁତପ୍ତର ଲୁହସବୁ ପିଏ ।

ଲୋକପ୍ରିୟ ଲେଖା

To Top