ଦେଖିଛକି କେହି ପାରିବକି କହି
ଓଡ଼ିଶା ପରିକା ରାଜ୍ୟ
ମନ୍ଦିର ମାଳିନୀ ସହର ଓଡ଼ିଶା
କିସୁନ୍ଦର କାରୁକାର୍ଯ୍ୟ ।
ଦେଖିଥିବ ଯିଏ କୋଣାର୍କ ମନ୍ଦିର
ଯାଇଥିବ ଯିଏ ପୁରୀ
ଝୁରି ହେଉଥିବ ଓଡ଼ିଶାକୁ ସିଏ
ଆସିଲେ ଜଗତ ଘୁରି ।
ବାରବାଟୀ ଦୁର୍ଗ ମନ କିଣିନିଏ
ଧନ୍ୟସେ ବିରଜା କ୍ଷେତ୍ର
ଉଦୟଗିରିକୁ ଦେଖିଥିବ ଯିଏ
ଝୁରୁଥିବ ତାର ନେତ୍ର ।
କେତେ ଦର୍ଶନୀୟ ସ୍ଥାନତ ରହିଛି
କହିଲେ ସରିବ ନାହିଁ
ସେଥିପାଇଁ ପରା ସାରା ଭାରତରେ
ପ୍ରସିଦ୍ଧ ଓଡ଼ିଶା ଭୂଇଁ ।
କେତେ ହ୍ରଦ ନଦୀ ବହି ଯାଉଅଛି
ଏହି ଓଡିଶାର କୋଳେ
ଯାର ସ୍ୱଚ୍ଛ ପାଣି ଆଉ ଢେଉ ଖେଳ
ମନରେ ଘରଟେ ତୋଳେ ।
ଚାଳଘର ସବୁ ମନଲୋଭା ଭାରି
ମନକୁ ଚୋରେଇ ନିଏ
ନିଜକୁ ଗର୍ବିତ ମନେ କରୁଥାଏ
ସେଠି ଯିଏ ଜନ୍ମିଥାଏ ।
ସେହି ଓଡ଼ିଶାରେ ଜନମ ମୋହର
ଖୁସିରେ ମନ ନାଚୁଛି
ତାହାରି ସନ୍ତାନ ହୋଇଛି ବୋଲିକି
ନିଜକୁ ଧନ୍ୟ ମଣୁଛି ।