କବିତା

ମୂର୍ତ୍ତି

Minati Pradhan's odia poem Moortti

ଶିଳ୍ପୀର କଳ୍ପନା
ଅତୁଲ୍ୟ ପ୍ରୟାସ
ଫୁଟାଏ ପ୍ରାଣ
ପ୍ରତିଟି ସ୍ପନ୍ଦନେ
ପାଷାଣର କୋଣ ଅନୁକୋଣେ ।

ମୂର୍ତ୍ତି

ଶତାବ୍ଦୀ ଶତାବ୍ଦୀର
କଳଙ୍କି ତଳୁ ଝଲସେ
ସୌନ୍ଦର୍ଯ ! ଚିହ୍ନାପଡେ କେବଳ
ଅନୁଭବୀର ଚକ୍ଷୁକୁ ।

ଶିଳ୍ପୀର କଳ୍ପନା
ଅତୁଲ୍ୟ ପ୍ରୟାସ
ଫୁଟାଏ ପ୍ରାଣ
ପ୍ରତିଟି ସ୍ପନ୍ଦନେ
ପାଷାଣର କୋଣ ଅନୁକୋଣେ ।

ଲୌହ ବା ତାମ୍ର ଶକ୍ତ
ଧାତୁ, ନିମିଷକେ
ପାଲଟେ ପ୍ରାଣବନ୍ତ
ଛଳଛଳ ଉଚ୍ଛଳିତ
ଭରା ଯଉବନେ ।

ଅନେକ ଦଶନ୍ଧିର
ଲୁଣିଆ ଝାଳର
ମୂଲ୍ୟବଢେ
ସୁଗନ୍ଧିତ ଅତର
ପୁରୁଣା ଦ୍ରବ୍ୟ ପରି ।

ଅନେକ ମୁଦ୍ରା ବିନିମୟେ
ମୁର୍ତ୍ତି ବନେ ପ୍ରତିଷ୍ଠାର ପ୍ରତୀକ,
ହଜାଇ ତା କଳାର ଅନନ୍ୟତା
କାହାର ଝୁଲା ଭରେ
ତ କାହାର ବଢେ ସାମାଜିକ ସ୍ତର ।
ଆଉ କାହା ଜୀବନ ଟା
ହୁଏ ନିରର୍ଥକ, ଖୋଜିବାକୁ
କଳା ଅତୀତର ।
ରଖିବାକୁ ଅକ୍ଷୂର୍ଣ
ଦେଶର ଗୌରବ ଓ ଶିଳ୍ପୀର ମାନ ।

ସତରେ; ମୂର୍ତ୍ତି
ତୁମେ ଯଦି ହୁଅନ୍ତ ଜୀବନ୍ତ
କେଇକ୍ଷଣ ପାଇଁ; ଫିଟାଇ ପାରନ୍ତ
ସବୁ ଅଫିଟା ରହସ୍ୟ ।
ତୁମ ଜନ୍ମଦାତା,ଠିକଣା
ଓ ସମୟକୁ ସାଥେ ନେଇ ।
ଚାଲନ୍ତାନି ପ୍ରାୟ ତୁମକୁ
ତଉଲିବା; ବାଜିଲଗାଇବା
ବାଜି ମାରିବାର ଅଦ୍ଭୁତ ବ୍ୟାପାର ।
ଜୀବନ୍ତ ମୃତ ସ୍ମୃତି ଦିଶନ୍ତେ
କାଚଆଇନା ପରି
ଜଳଜଳ ପରିଷ୍କାର ।

[ This poem is on illegal smuggling of ancient sculptures. ]

ଲୋକପ୍ରିୟ ଲେଖା

To Top