କବିତା

ମୃତ୍ୟୁ ଓ ନାରୀ

Nrushingha Tarai's odia poem Mrutyu o Naaree

ଛଳନାର ପଶାକାଠି
ଶକୁନିର ଡାକେ
ପୁଣ୍ୟତାର ପାଟଳ ତନୁକୁ
ଚୁମେ ପାପ
ମୃତ୍ୟୁର ବେଶରେ ।

ମୃତ୍ୟୁ ଓ ନାରୀ

ରାବଣର ଗଡ଼ପୁରେ
ଉଚ୍ଛୁଳେ ଆୟୁଷ
ଯଦିଓ ସେ ଲେଖିଥିଲା
କାନ୍ଥ ଓ ବାଡ଼ରେ
ସୀତାକୁ ହରିଲେ ମୃତ୍ୟୁ ସୁନିଶ୍ଚିତ ।

ତଥାପି ସେ ଦେଖୁଥିଲା ରାତିଦିନ
କୁଞ୍ଜବନ, ରାଜ ଅନ୍ତପୁରେ
ସୂର୍ଯ୍ୟାସ୍ତର ଗୋଧୂଳି ଓ
ଯାମିନୀର ଶେଷ ପ୍ରହରରେ
ସୀତାର ଲାବଣ୍ୟ ।

ଛଳନାର ପଶାକାଠି
ଶକୁନିର ଡାକେ
ପୁଣ୍ୟତାର ପାଟଳ ତନୁକୁ
ଚୁମେ ପାପ
ମୃତ୍ୟୁର ବେଶରେ ।

ପଥଭୂଲେ ମନ
ଉତଖାତ ଆୟୁଷ ହୁଏ ଛଟପଟ
ପାଞ୍ଚାଳୀର ବସ୍ତ୍ର ତା’ର ପଣ
ମୃତ୍ୟୁ ଡାକେ ହାତ ଠାରି
ଆସ ଆସ ପ୍ରିୟ ଦୁର୍ଯ୍ୟୋଧନ ।

ଲୋକପ୍ରିୟ ଲେଖା

To Top