କବିତା

ମୁଁ ଏହିପରି ଚାହୁଁଥିଲି

Ashok Biswal's odia poem Mun Ehipari Chahunthili

କୁହ ତୁମେ କାହିଁକି ଏହା କିଛି ନୁହେଁ, ଯନ୍ତ୍ରଣା ସାମାନ୍ୟ ହୃଦୟରେ
କୁହ ତୁମେ କାହିଁକି ଏହା କିଛି ନୁହେଁ, ସାମାନ୍ୟ ଭୁଲ ଏକ
କୁହ ତୁମେ କାହିଁକି, ତୁମ କଥା ଶୁଣିବାକୁ ଚାହେଁନାହିଁ ଜମା ।

ମୁଁ ଏହିପରି ଚାହୁଁଥିଲି

ତୁମେ ମୋର ବହ୍ନି, ଆଶା ଏକ ମାତ୍ର
ବିଶ୍ୱାସ କର, ଯେତେବେଳେ ମୁଁ କହେ ଚାହେଁ ଏହିପରି
ଦୁଇ ଅଲଗା ଦୁନିଆରେ ଆମେ ଯେ
ଅନେକ ଦୂର, ତୁମର ହୃଦୟକୁ ଛୁଇଁ ତ ପାରୁନି
ଯେତେବେଳେ ତୁମେ କୁହ ଚାହେଁ ଏହିପରି ।

କୁହ ତୁମେ କାହିଁକି ଏହା କିଛି ନୁହେଁ, ଯନ୍ତ୍ରଣା ସାମାନ୍ୟ ହୃଦୟରେ
କୁହ ତୁମେ କାହିଁକି ଏହା କିଛି ନୁହେଁ, ସାମାନ୍ୟ ଭୁଲ ଏକ
କୁହ ତୁମେ କାହିଁକି, ତୁମ କଥା ଶୁଣିବାକୁ ଚାହେଁନାହିଁ ଜମା ।

କୁହ ତୁମେ କାହିଁକି ଏହା କିଛି ନୁହେଁ, ଯନ୍ତ୍ରଣା ସାମାନ୍ୟ ହୃଦୟରେ
କୁହ ତୁମେ କାହିଁକି ଏହା କିଛି ନୁହେଁ, ସାମାନ୍ୟ ଭୁଲ ଏକ
କୁହ ତୁମେ କାହିଁକି, ତୁମ କଥା ଶୁଣିବାକୁ ଚାହେଁନାହିଁ ଜମା ।

ମୁଁ ତୁମର ବହ୍ନି , ଆଶା ତୁମର ଏକ
ଜାଣେ ମୁଁ ବିଳମ୍ବ ହୋଇ ତ ଗଲାଣି
ମୁଁ ଚାହେଁ ନାହିଁ ଏହିପରି ହେଉ
ମୁଁ ଚାହେ ନାହିଁ ଏହପରି ହେଉ ।

ଏବେ ମୁଁ ଦେଖୁଛି, ଦୂରକୁ ଆମେ ଚାଲି ତ ଯାଉଛେ
ଆମର ରାସ୍ତାରୁ
ଯେତେବି ଦୂର ହେଉ,
ମୁଁ ଚାହେଁ ତୁମେ ଜାଣ
ମୋର ଗଭୀର ଅନ୍ତରରେ
ତୁମେ ମୋର ବହ୍ନି, ଆଶା ଏକ ମାତ୍ର
ତୁମେ ତୁମେ ତୁମେହିଁ
ଚାହେଁ ନାହିଁ ତୁମେ କଣ ଯେ କହିବ
ଏହା କିଛି ନୁହେଁ, ଯନ୍ତ୍ରଣା ସାମାନ୍ୟ ହୃଦୟରେ
କିଛି ନୁହେଁ ସାମାନ୍ୟ ଭୁଲ
ଶୁଣିବାକୁ ଚାହେଁନାହିଁ ତୁମ କହିବାଟା
ଏହି ପରି ହେଉ ।

ଲୋକପ୍ରିୟ ଲେଖା

To Top