କବିତା

ମୁଁ ଯଦି କେବେ ମନେ ପଡ଼େ

Chandana Pattanaik's odia poem Mun Jadi Kebe Mane Pade

ମୁଁ ଯଦି କେବେ ମନେ ପଡ଼େ,
ତୁମ ଶରୀରକୁ ସ୍ପର୍ଶକରି
ବହିଯାଉଥିବା ପବନର ଲହରୀକୁ
ହାତ ମେଲାଇ ଛୁଇଁବାକୁ ଚେଷ୍ଟା କରିବ
ମିଳିଯିବି ମୁଁ ତୁମକୁ,
ଶୀତଳ ସମିରର ବାସ୍ନାରେ ।

ମୁଁ ଯଦି କେବେ ମନେ ପଡ଼େ

ମୁଁ ଯଦି କେବେ ମନେ ପଡ଼େ
ଜହ୍ନର ଜୋଛନା ଭିଜା ରାତିରେ
କେଉଁ ଏକ ଚିକ ମିକ କରୁଥିବା
ତାରାକୁ ଦେଖିବ,
ସେ ଯଦି ତୁମର ଆଖିର ଇସାରାରେ
ଉଡିଆସି ପଡ଼ିଯାଏ ପାଦତଳେ,
ଜାଣିନେବ ଅଂଶ ଥିଲା ସେ ମୋ ହୃଦୟର ।

ମୁଁ ଯଦି କେବେ ମନେ ପଡ଼େ,
ତୁମ ଶରୀରକୁ ସ୍ପର୍ଶକରି
ବହିଯାଉଥିବା ପବନର ଲହରୀକୁ
ହାତ ମେଲାଇ ଛୁଇଁବାକୁ ଚେଷ୍ଟା କରିବ
ମିଳିଯିବି ମୁଁ ତୁମକୁ,
ଶୀତଳ ସମିରର ବାସ୍ନାରେ ।

ମୁଁ ଯଦି କେବେ ମନେ ପଡ଼େ
କାହାକୁ କିଛି ନ ଜଣେଇ
ଅଦିନିଆ, ଟୁପ୍ ଟାପ୍ କରି
ନାଚିଯାଉଥିବା ବର୍ଷା ବିନ୍ଦୁରେ
ନିଜକୁ ଭିଜେଇବାକୁ ଚେଷ୍ଟା କରିବ,
ସେ ଯଦି ତୁମକୁ ଭିଜେଇଦେଇ
ଆଙ୍କିଦିଏ ଖୁସିର ହସଟିଏ ତୁମ ଓଠଧାରେ,
ଜାଣିନେବ ସେ ବର୍ଷା ଥିଲା ଲୁହ ମୋ ଆଖିରେ ।

ଯଦି ପାଇବନି ମୋତେ
ତାରାଙ୍କ ଭିତରେ , ସମିରର ବାସ୍ନାରେ
କିମ୍ବା ବର୍ଷା ଛିଟାରେ,
ତେବେ ଚାହିଁବ ତୁମ ପାଦତଳର ମାଟିକୁ,
ପାଇବ ମୋତେ ତୁମର ପ୍ରେତ୍ୟେକଟି ପଦଚିହ୍ନରେ ।

ଯଦି କେବେ ଦେଖ କେଉଁଠି
ହୁତ ହୁତ ହୋଇ ଜଳୁଥିବା ଅଗ୍ନି ଶିଖାକୁ ,
ଜାଣିବ ସେଠି ଥିବା ପତଙ୍ଗଙ୍କ ପରି
ବିଛୁରି ଯାଇଛି ମୋର ପ୍ରେତ୍ୟେକଟି ଅଣୁ , ପରମାଣୁ,
ତୁମର କୋମଳ ହାତରେ
ସେମାନଙ୍କର ପାଉଁଶକୁ ନେଇ
ଭସେଇଦେବ କେଉଁ ଏକ ଅଜଣା ଦରିଆରେ
ମୁଁ ସମୁଦ୍ରର ଲହରୀ ଭିତରେ ଭାସିଯିବି,
ଅପେକ୍ଷା କରିଥିବି କେଉଁ ଏକ ନିର୍ଜନ ଦ୍ଵୀପରେ,
ସମୁଦ୍ର ଯାତ୍ରାରେ ଯଦି କେବେ ବାହାର,
ଅଟକିବ ସେଇ ଦ୍ଵୀପରେ ।

ମୁଁ ଯଦି କେବେ ମନେ ପଡ଼େ
ମୁଁ ଯଦି କେବେ ମନେ ପଡ଼େ ….

(Inspired by : “Agar Kabhi Meri Yaad Aaye…” Urdu Poetry, Amjad Islam Amjad)

ଲୋକପ୍ରିୟ ଲେଖା

To Top