କବିତା

ମୁଁ ରାକ୍ଷସ

Alok Kumar Pandit's odia poem Mun Raakhyasa

ପାରିବେନି କେହି ରୋକି. . .
ଲଗାଇଲେ ଯେତେ ବି ସ୍ୱିଡେ଼ାମିଟର ।
ଚାଲିବା ପଥରେ କରେନା ବିଡ଼ମ୍ୱନା
ବିଜ୍ଞାନ ବଳରେ ହୁଏ ମୁଁ ସବୁଠି ଚିହ୍ନା ।

ମୁଁ ରାକ୍ଷସ

ସାଜିଛି ମୁଁ ଆଜି ଲୌହ ରାକ୍ଷସ
ଜୀବର ଜୀବନ ନେବାକୁ ନେଇଛି ନିଶ୍ୱାସ ।
ଭୟବିତ ନୁହେଁ ତୁମର ଆହ୍ୱାନ
ଜୀବ ଜୀବନ ହୀନ ମୁଁ ଲୌହ ରାକ୍ଷସ ।
ଯନ୍ତ୍ରପାତି ମୋର ଅସ୍ତ୍ରଶସ୍ତ୍ର
କରିପାରିବେନି ତାକୁ କେହି ଆହାତ ।
କରୁଛି କରିବି ମୁଁ ଶତ୍ରୁର ସଂହାର
ଧୂଳି, ବାଲି ପରି ପୋଲରୁ ଖସିବ ଜୀବନ ।
ଦେବଗଡ଼, ଆଠମଲ୍ଲିକ ହେଉ ତୁକୁଡ଼ା
ଚାଲିଛି ସବୁଠି ମୋହର ରାଜୁତି ପାଖୁଡ଼ା ।
ସାଜିଛି ମୁଁ ଆଜି ଲୌହ ରାକ୍ଷସ. . . ।। (୨)

ପାରିବେନି କେହି ରୋକି. . .
ଲଗାଇଲେ ଯେତେ ବି ସ୍ୱିଡେ଼ାମିଟର ।
ଚାଲିବା ପଥରେ କରେନା ବିଡ଼ମ୍ୱନା
ବିଜ୍ଞାନ ବଳରେ ହୁଏ ମୁଁ ସବୁଠି ଚିହ୍ନା ।
ପରିବହନ ବିଭାଗ ମିତ୍ର ମୋହର
ନେବାକୁ ଦିଅନ୍ତି ସୁଯୋଗ ଶତ୍ରୁର ଜୀବନ ।
ଟଙ୍କା ପଇସାରେ ହୁଏନି ଖିଲାପ
ମାସ ନସରଣୁ ଆସନ୍ତି ଦାନବ ଉଆସ ।
ସାଜିଛି ମୁଁ ଆଜି ଲୌହ ରାକ୍ଷସ. . . ।। (୨)

ଦୈତଗୁରୁ ମୋର ମାଲିକ ସଂଘ
ନ କରନ୍ତି ସେ ଶିଷ୍ୟକୁ ସନ୍ଦେହ ।
ମୋର ଅସ୍ତ୍ରାଘାତେ ମହାରାଜା ହୁଏ ଛିନ୍ନ
ଅନ୍ୟମନସ୍କ ବାଣରେ ଜହ୍ନ ମାମୁଁକୁ କରେ ବିଖଣ୍ଡିତ ।
ଦୀନହୀନ ଦରିଦ୍ର ଜୀବନ
ହୋଲି ଖେଳୁଛି ମୁଁ ରକ୍ତ ରଙ୍ଗେ ।
ସାଜିଛି ମୁଁ ଆଜି ଲୌହ ରାକ୍ଷସ. . . ।। (୨)

ଚାଳକ ମୋହର ମସ୍ତିଷ୍କ
ଭାବିଚିନ୍ତି କରିନିଏ ବାହକ ।
ସଚେତନ ହୋଇଯାଅ ଅଜ୍ଞାନ ମାନବ
ବଢ଼ିବ ନ ହେଲେ ମୋର ସାମ୍ରାଜ୍ୟ ।
ଚାଲିବାକୁ ଅଧ୍ୱହେବ ଅତର୍ଚ୍ଛ
ଅଟନ କରିବି ମୁଁ ଲୌହ ଅଧିଶ୍ୱର ।
ସାଜିଛି ମୁଁ ଆଜି ଲୌହ ରାକ୍ଷସ. . . ।। (୨)

ଲୋକପ୍ରିୟ ଲେଖା

To Top