କବିତା

ମୁରବି

Dibakar Sahoo's odia poem Murabi

ଛାଞ୍ଚୁଣିରେ – ଏଘର ପାଇଁ ମୁଁ ଦିନରାତି ହେଇ ଖଟେ
କେତେ ସୁଖ ଦୁଃଖ ହାନିଲାଭ ଏଠି ଘରେ
ଏଇ ଘର ପାଇଁ ସେନେହ ଦେଇ
କେତେ ଲହୁ ଲୁହ ଯାଉଛି ପିଇ
ଏ ଘର ପାଇଁ – ତୋ ମୋ ଭିତରେ ତଫାତ୍‌ କ’ଣ ଅଟେ ।।

ମୁରବି

ଛାଞ୍ଚୁଣିରେ – ତୁ ତ ଅଛୁ ଖଟତଳେ ମୋର ପଡ଼ି
ମୁଁ ବି ଯାଇଛି ଖଟ ଉପରେ ଗଡ଼ି
ଏଇ ଘର ପାଇଁ ସକାଳୁ ସଞ୍ଜ
ଖଟି ଖଟି ହେଉ କି ଦହଗଞ୍ଜ
ଦେଖୁନୁ ଥରେ
ଗଲାଣି ତୋର ପାଖୁଡା କେତେ ଝଡ଼ି ।।

ଛାଞ୍ଚୁଣିରେ – ମୁରବି ପରି ଦାଣ୍ଡ ଦୁଆରେ ଥାଉ
ଏ ଘର ଶିଶୁ ଡରିବ କାଳେ
ସଙ୍ଗରେ ତା’ର ଯାଉ ।
ଏଇ ଘର ବଧୂ ଫେରିଲେ ଘରେ
ତା ଉପରେ ତୋର ଆଶିଷ ଝରେ
ଏଇ ଘରକୁ ପବିତ୍ର ପାଇଁ
କୀତେ ଗୁହ ମୁତ ଛେପ ଖଙ୍କାର ଖାଉ ।।

ଛାଞ୍ଚୁଣିରେ – ଏଘର ପାଇଁ ମୁଁ ଦିନରାତି ହେଇ ଖଟେ
କେତେ ସୁଖ ଦୁଃଖ ହାନିଲାଭ ଏଠି ଘରେ
ଏଇ ଘର ପାଇଁ ସେନେହ ଦେଇ
କେତେ ଲହୁ ଲୁହ ଯାଉଛି ପିଇ
ଏ ଘର ପାଇଁ – ତୋ ମୋ ଭିତରେ ତଫାତ୍‌ କ’ଣ ଅଟେ ।।

ଛାଞ୍ଚୁଣିରେ – ମୋର ବି ପଡ଼ିଗଲାଣି ଯେତେ ଦାନ୍ତ
ଶିଥିଳ ହେଲାଣି ଦି ଗୋଡ଼ ଦି ହାତ
ଏ ଘରୁ ଯେବେ ମୋ ସରିବ ପଡ଼ି
ଆମେ ଦୁହେଁ ଥିବା ଶ୍ମଶାନେ ପଡ଼ି
ମୋ ପାଇଁ ଆନନ୍ଦେ କରୁଥିବୁ ପ୍ରାଣପାତ ।।

ଛାଞ୍ଚୁଣିରେ – ଜାତି ଧର୍ମ ବର୍ଣ୍ଣ ବୈଷମ୍ୟ ଠାରୁ
ରହିଥାଉ ସଦା ଦୂରେ ।
ଧନୀଠୁ ଗରିବ ସବୁରି ପ୍ରିୟ ତୁରେ
ଲକ୍ଷ୍ୟ ତୋର ସମାଜ ସେବା
ଚାହିଁନୁ ଜୀବନେ ମହତ ହେବା
ତୋର ନୀତି ଆଦର୍ଶ ପାଇଁ ଝୁରେ ।।

ଲୋକପ୍ରିୟ ଲେଖା

To Top