କବିତା

ମୁଠାଏ ମୂର୍ଚ୍ଛନା

Shambhunath Das's odia poem Muthae Murchhanaa

ମୁଠାଏ ମୂର୍ଚ୍ଛନା. . .
ସୃଷ୍ଟିକଲା ସ୍ନେହ ଅନାବିଳ
ଚାପିଦେଲା ଶତସିଂହ ବଳ
ଫାଡ଼ିଦେଇ କଳାବାଦଲକୁ
ଢାଳିଦେଲା ନିଶାକର ଗର୍ଜନରେ
ଶୀତଳ ଜୋଛନା
ଖସାଇଲା ଆକାଶରୁ
ଝିଲିମିଲି ସଦ୍ୟ ତାରାଫୁଲ !

ମୁଠାଏ ମୂର୍ଚ୍ଛନା

ମୁଠାଏ ମୂର୍ଚ୍ଛନା. . .
ପୋଛି ଦେଲା ନୟନର ଅଶ୍ରୁ
ମୋଚି ଦେଲା ଜୀବନ ଯନ୍ତ୍ରଣା
ଧୋଇ ଦେଲା ଧୂଳିଆ ମନକୁ
ଫୁଙ୍କିଦେଲା ଯୁଗଳକର୍ଣ୍ଣକୁ
ନୀଳ ଆକାଶର ରଙ୍ଗ ନେଇ
ସାଗର ତୂଳିରେ
ଆଙ୍କି ଦେଲା ଧରଣୀ ବକ୍ଷରେ !

ମୁଠାଏ ମୂର୍ଚ୍ଛନା. . .
ସୃଷ୍ଟିକଲା ସ୍ନେହ ଅନାବିଳ
ଚାପିଦେଲା ଶତସିଂହ ବଳ
ଫାଡ଼ିଦେଇ କଳାବାଦଲକୁ
ଢାଳିଦେଲା ନିଶାକର ଗର୍ଜନରେ
ଶୀତଳ ଜୋଛନା
ଖସାଇଲା ଆକାଶରୁ
ଝିଲିମିଲି ସଦ୍ୟ ତାରାଫୁଲ !

ମୁଠାଏ ମୂର୍ଚ୍ଛନା. . .
ସୃଷ୍ଟିକଲା ଶିହରଣ
ଶୀତଳ ରକ୍ତକୁ ଉଷୁମେଇ
ସୀମାନ୍ତରେ ଦଣ୍ଡାୟମାନ
ନୟନରୁ ରକ୍ତିମ ଜ୍ୟୋତିର ସ୍ଫୁଲିଙ୍ଗ
ବନ୍ଧୁକ ମୁନରେ ନିର୍ଗତ ରକ୍ତରେ
ଆଙ୍କିଦେଲା ନାଲିଆ ଅକ୍ଷରେ
ବିବର୍ଣ୍ଣ ଧରଣୀ ଗାତ୍ରରେ !

ଲୋକପ୍ରିୟ ଲେଖା

To Top