ନାରୀ ତୁମେ ଦର୍ଶନ, ତୁମେ ଦର୍ପଣ
ତୁମେ ନାଗ ତୁମେ ଗର୍ଜନ
ତୁମେ ହିଁ ବଳିଦାନର ଗାଥା
ତୁମ ପାଇଁ ରାମାୟଣ, ତୁମ ପାଇଁ ଭାଗବତ-ଗୀତା…
କେବେ ଦ୍ରୋପଦୀ ପୁଣି କେବେ ତୁମେ ସୀତା
ଭଗନୀ,ଦାମିନୀ,ଜନନୀ ହୋଇ ଢାଳିଥାଅ ତୁମ ମମତା
ସକଳ ସୁଲକ୍ଷଣୀ ତୁମେ ସତୀ ପୁନିତା
କଲିଯୁଗ ହେଉ ଅବା ସତ୍ୟଯୁଗ
କେବେ ତୁମକୁ ଜୁଆରେ ହାରେ ପୁଣି କେବେ ନିଏ ତୁମ ଅଗ୍ନିପରୀକ୍ଷା
ଏବେ ରହିଛି ଅପେକ୍ଷା କରିବା ପାଇଁ କେବଳ ପ୍ରାୟଶ୍ଚିତର ଭିକ୍ଷା
ଅନ୍ତର ମନର ବ୍ୟଥା ତୁମ ଲେଖି ନହୁଏ
ରହି ରହି ନୟନ ଭରି ଭରି ଯାଏ
ଏ ଅଧମ ସମାଜ ତାର ଭୁଲପାଇଁ ନିଶ୍ଚେ ହେବ ଅନୁତପ୍ତ
ସେହି ଦିନ ମଥା ପିଟି କରିବ ସେ ତୁମ ପାଦେ କୋଟି କୋଟି ଦଣ୍ଡବତ…