କବିତା

ନଜର

Dr Mousumi Parida's odia poem Najar

ଉପେକ୍ଷା ସହିତ ପ୍ରତୀକ୍ଷା ବି
ମନତଳେ ଡହଡହ ଖରାତାତି ଭଳି
ଚରି ଯାଉଥିଲା !

ନଜର

ସେଠି ନିଆଁ ଥିଲା
ମହୁ ବି ଥିଲା ।
ଯାତନା ସହିତ
କାମନା ବି ଥିଲା ।
ଉପେକ୍ଷା ସହିତ ପ୍ରତୀକ୍ଷା ବି
ମନତଳେ ଡହଡହ ଖରାତାତି ଭଳି
ଚରି ଯାଉଥିଲା !
ଦୃଷ୍ଟି ଫେରି ଯାଉଥିଲା
ନଦୀ ନାଳ,ଝାଉଁବଣ
ପଦ୍ମ ପୋଖରି , ମହୁଲ ବନ
ଥିଲା ସୁଦୀର୍ଘ ଲକ୍ଷ୍ୟ.. !

ପରିଧିକୁ ଲଂଘିବାକୁ
ଉନ୍ମୀଳିତ କରିବାକୁ
ପ୍ରସ୍ତ ପ୍ରସ୍ତ ଆବରଣ
କମ୍ ଚେଷ୍ଟା ବି ତ ନଥିଲା !
କୋଉଠୁ ତ ମିଳିଲାନି
ସେଇ ବାସ୍ନା, ନହୁଲିପଣ !
ସେ ମଣିଷ କି ତାର ପାଗଳପଣ !

ଅନ୍ୱେଷଣ କମ୍ ନଥିଲା ତ !
ତଥାପି କୋଉଠି ହଜିଲା ସେ ନଜର !
ନେପଥ୍ୟରୁ ଦିଶିଲା ସବୁକିଛି ଅନ୍ଧାର !
ଅନ୍ୱେଷଣ ସରିଗଲା
ଯେବେ ଜଣାଗଲା
ମାନସିକ ସ୍ତରରେ ଲୋକଟି ଅନ୍ଧ ଥିଲା !!

ଲୋକପ୍ରିୟ ଲେଖା

To Top