କବିତା

ନିହାତି ନିଜର

Annapurna Mohanty's Odia Poem NIHATI NIJARA

ସାରାକାଳ,
ଅଭିଯୋଗ, ଅପମାନ
ସହଜରେ କହୁଥାନ୍ତି
ସବୁ ତୁମର ଏ ପିଲାଖେଳ !

ନିହାତି ନିଜର

କାମର ବାହାନା କରି
ନିଜକୁ ବ୍ୟସ୍ତ ରଖିଲେ
ସ୍ମୃତି ମୋର ପକ୍ଷୀ ସାଜି
ଘୂରେ ଚାରିକଡ଼େ !

ନିହାତି ଏକଲା ବୋଲି
ଶୁଣାଏ ସିନା
ଭିତରେ ଯୋଡ଼ିଥାଏ
ଫୁଲଗୁନ୍ଥା ଲୋଭନୀୟ
ସ୍ମୃତିର ଗଜରା
ହସେ, ବାସେ, ଝଡ଼େ !

ଦୁଃଖ କ’ଣ ? ପ୍ରକୃତରେ
ଜଣା ନଥାଏ, ନିଜ ଲୋକଟିକୁ
କହୁଥିବେ ସାରାଦିନ
ଶୁଣିବାର ଦେଖିନି କାହାଠୁଁ
ଏକତରଫା ସ୍ନେହରେ
ସମ୍ପର୍କକୁ ବାନ୍ଧିଥାଏ
ସବୁ ସହି ନିରବରେ
ତାଙ୍କଠୁ ତୁମଠୁଁ !!

ଜଣା ଅଛି ତାଙ୍କୁ
ବନ୍ଧକରେ ଅଛି ମୋର
ବିଶ୍ୱାସର ବଡ଼ଭାଗ
ଭଲପାଇ,
ଜୀଇଁବା, ମରିବା
ଶତ ପ୍ରତିଶତ ଅଙ୍ଗୀକାରବୋଧ !

ସାରାକାଳ,
ଅଭିଯୋଗ, ଅପମାନ
ସହଜରେ କହୁଥାନ୍ତି
ସବୁ ତୁମର ଏ ପିଲାଖେଳ !

ମୁଁ ଗଢ଼େ ବାରବାର
ଭାଙ୍ଗିଥିବା ମନ, ମାଟିଘର !
ହେଲା ନାହିଁ ଏ ଜୀବନେ
ପାଖାପାଖି ବସିବା, ହସିବା
ଗପିବା, ବୁଲିବା
ରହିଥାଅ ଦୂରଦୂର
ମୋ ମନରେ ମୋ ଆତ୍ମାରେ
ହୋଇଥାଅ ଆପଣାର ମୋର ।

କିଛି ଭଲ ପାଉଥାଅ
ଝୁରି ହୋଇ ଜୀଉଥାଅ
ଲାଗୁ ହେଉ ଦୁହିଁଙ୍କ ପାଇଁ ଏ ସତ୍ୟ
ଥା’ନ୍ତୁ ସେ, ମୁଁ ଥାଏ
ଦୂରଦୂର, ନିହାତି ନିଜର ।।

ଲୋକପ୍ରିୟ ଲେଖା

To Top