କବିତା

ନୀଳକଣ୍ଠୀ

ଦେ, ଦେଇ ଦେ’
ନିଜ ଭିତରର ଅହଂ
ମୋ କାନି ପଣତରେ
ଓଜାଡ଼ି ଦେ’
ଦେ, ଦେ, ଦେଇଦେ’
ତୋ ଭିତରର ଅସାମର୍ଥ୍ୟ
ଅସହାୟତା, ନଂପୁସକତ୍ୱକୁ
ମୋ ଜୀବନ ବେଦରେ ଲେଖି ଦେ’ ।।

ନୀଳକଣ୍ଠୀ

ନେ ନେ
ସତ୍ୟ ନେ, ସୁଖ ନେ
ଶାନ୍ତି ନେ
ମାଟି ମା’ ପରେ ବିଛେଇ ଦେ ।

ନେ,
ହାତ ନେ, ଭାତ ନେ
କାତ ନେ
ମୁଣ୍ଡ ଟେକୁଥିବା
ଫଳି ଉଠୁଥିବା
ବୁଡ଼ି ଯାଉଥିବା
ଶିଶୁଙ୍କୁ ଆହାର ଦେ ।।

ଦେ, ଦେଇ ଦେ’
ନିଜ ଭିତରର ଅହଂ
ମୋ କାନି ପଣତରେ
ଓଜାଡ଼ି ଦେ’
ଦେ, ଦେ, ଦେଇଦେ’
ତୋ ଭିତରର ଅସାମର୍ଥ୍ୟ
ଅସହାୟତା, ନଂପୁସକତ୍ୱକୁ
ମୋ ଜୀବନ ବେଦରେ ଲେଖି ଦେ’ ।।

କେତେ ବା ଜୀବନ ମୋର
ଆଉ କେତେ ଦିନର
ସବୁ ବିଷ ପିଇ ଯାଇ
ହାଲ୍କା ପବନ ପରି
ଉଡ଼ିଯିବି, ଭାସିଯିବି
ମିଶିଯିବି,
ଧୂମାୟିତ ଗଗନମଣ୍ଡଳେ ।।

ଦେ ଦେ
ସବୁ ଲୁହ, ସବୁ କୋହ
ଯେତେ ପାପ ପୁଣି ଯେତେ ଭୋକ
ତୋ ବେଡ଼ି ଓ ଶୃଙ୍ଖଳ
ମୋ କପାଳେ ଲେଖି ଦେ ।।

ପୃଥିବୀକୁ ଆଉ ଏକ
ସ୍ୱର୍ଗ କରିବା ସ୍ୱପ୍ନରେ
ମସ୍‌ଗୁଲ ମୁଁ
ମୋ ହାତରେ ହାତ ଦେ
ମୋ ସାଥୀରେ ସାଥୀ ଦେ ।।

ଲୋକପ୍ରିୟ ଲେଖା

To Top