କବିତା

ନୀରବତା

Susama Pal's odia poem Nirabataa

ଯେପରି ଶାନ୍ତ ପାଲଟି ଯାଏ ସମୁଦ୍ର
କେତେ ଯେ ଶାମୁକା ଓ ଶଙ୍ଖ
ବିଖାରି ହୋଇ ପଡ଼ିଛନ୍ତି ଉପକୂଳରେ
ମନଯେ ଏକ ସୂକ୍ଷ୍ମ ଆଇନା ବୋଲି
ଶୁଣିଥିଲି. . . !

ନୀରବତା

ଚଞ୍ଚଳ ଏ ମନ ମୋର
ପୁଣି ଥରେ ହୋଇଯାଇଛି ନୀରବ,
ପୁଣି ଥରେ ଭାଙ୍ଗି ଯାଇଛି କଳ୍ପନାର ସ୍ୱପ୍ନ
କଳ୍ପନା ଏକ ସମୃଦ୍ଧି ସମାଜର
ଜୁଆର ଭଟ୍ଟା ପରେ
ଯେପରି ଶାନ୍ତ ପାଲଟି ଯାଏ ସମୁଦ୍ର
କେତେ ଯେ ଶାମୁକା ଓ ଶଙ୍ଖ
ବିଖାରି ହୋଇ ପଡ଼ିଛନ୍ତି ଉପକୂଳରେ
ମନଯେ ଏକ ସୂକ୍ଷ୍ମ ଆଇନା ବୋଲି
ଶୁଣିଥିଲି. . . !

କିନ୍ତୁ ଭଙ୍ଗା ମନ ମୋର ବାରମ୍ୱାର
ଯୋଡ଼ି ହୋଇଯାଏ. . . ।

ନୁହେଁ ସେ ଏକ ଆଇନା
ସେ ଯେ ଏକ ପଥରରେ ଗଢ଼ା
ବିରାଟ ପାଚେରୀ. . . ।

ଯାହାକୁ ମୁଁ ଭାଙ୍ଗି ପାରେନା
ପାରେନା ମୁଁ ତା’ର ଆରପଟର ଦୃଶ୍ୟ ଦେଖି
ତେଣୁ ବାରମ୍ୱାର ସେ ନୀରବ ହୋଇ
ପୁଣିଥରେ ସାହାସ ବାନ୍ଧେ
ନୂତନ ସ୍ୱପ୍ନ ଦେଖିବାକୁ. . . !

ଏଇ ସ୍ୱପ୍ନ ହିଁ ବଞ୍ଚିବାର ପ୍ରେରଣା. . . !
ନୀରବ ମନ ମୋର ଗଭୀର ସମୁଦ୍ର ଭଳି
ଶାନ୍ତ ଓ ଶିଥଳ. . . !

ଲୋକପ୍ରିୟ ଲେଖା

To Top