କବିତା

ଗୌତମ ସମ୍ୱାଦ

ଦୀର୍ଘକାଳ ପରେ
ହଠାତ୍ ଦେଖା ଗୌତମ ସାଥିରେ
ଷ୍ଟେସନ ପାଖ ନୁଆଁଣିଆ ଚାଳି ହୋଟେଲ୍‌ରେ ।

ଗୌତମ ସମ୍ୱାଦ

ଦୀର୍ଘକାଳ ପରେ
ହଠାତ୍ ଦେଖା ଗୌତମ ସାଥିରେ
ଷ୍ଟେସନ ପାଖ ନୁଆଁଣିଆ ଚାଳି ହୋଟେଲ୍‌ରେ ।

ମିତ୍ର ! କେମିତି ଅଛ ବୋଲି
ପଚାରି ବସିଲି,
ସିଏ ଦୀର୍ଘ ଶ୍ୱାସଟିଏ ଛାଡ଼ି କହିଲେ,
ବନ୍ଧୁ ! ପ୍ରତି ମୁହୂର୍ତ୍ତରେ ମରୁଛି
ଏବଂ ମରି ମରି ବଞ୍ଚିବା ଶିଖୁଛି ।
ତମେ ତ କହୁଥିଲ, ବେଶ୍ ସୁଖରେ ଅଛ
ଏବେ ହତାଶାରେ କିଆଁ ?

ଶୁଣ, କେଉଁଦିନ ମୁଁ
ସୁଖରେ ନଥିଲି ନିରଞ୍ଜନ !
ଦୁଃଖକୁ ଆଉଟି, ଆଉଟି
ସୁଖି ବୋଲି ଗାଇ ବୁଲୁଥିଲି
ସୁଖର ରେଖାଙ୍କିତ ମାନଚିତ୍ର
କେବେ ବି ଦେଖିବାର ସୌଭାଗ୍ୟ ଘଟିନି
ଦୁଃଖର ବହୁରୂପୀ ରୂପ ଦେହରେ ମାଖିଛି ।
ସେଦିନ ସୁଖକୁ ଭେଟିଥିଲି
ପ୍ରେମିକାର ପ୍ରେମରେ
ଘରଣୀର ଲାସ୍ୟରେ
ଏବଂ ମୋ ସନ୍ତାନର କୁନି କୁନି ହସରେ
ଆଜି ସେମାନେ ମୋ ପାଇଁ
ସାଇବେରିୟାର ପକ୍ଷୀ ।

ପ୍ରେମିକା ଠିକଣା ନ ଦେଇ
ଫେରାର୍ ମଝି ରାସ୍ତାରେ
ଘରଣୀ ଜୀବନର ତୃତୀୟ ଫଳିରେ
ଆରପାରି. . .
ଆଉ ସନ୍ତାନର କଥା
ନ କହିଲେ ଭଲ
ଶୁଣିଛି, ସିଏ ଏଇ ପୃଥିବୀରେ ଅଛି
ଚିଠି ଦେଉଛି, ଅଥଚ ଠିକଣା ଦେଉନି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top