କବିତା

ନିର୍ବିବାଦ

Shambhunath Das's odia poem Nirbibaada

ଆଉ ଏ କହରା କେରାକ
କଞ୍ଚା ଜରଜର ଶକତ ଚୂଳ
ମୂଳ ତା ଟାଣ
କାହିଁକି ଭାବୁଛ ତାହାକୁ କାମ ( ।)
ଆଜିକାଲି ପରା ଏହି ଶୋଭନ ।

ନିର୍ବିବାଦ

ତୁମେ ତ ପାକଲା ଚୂଳ ରଖିଛ ଗୋଛାଏ
ଅଥଚ ମୁଁ କହରା ଚୂଳ କେରାଏ
ରଖିଛି ବୋଲି, ତୁମ ଦିହ ସହୁନି ।
ଧୋବ ଫରଫର ପାକଲା ଚୂଳ ତବ
ସମ୍ପୂର୍ଣ୍ଣ ହୁଗୁଳା ହୋଇ ଯାଇଥିବ
ଜୀବାଣୁ ଜନ୍ମୁଥିବ ତ
ମଥା ତୁମ ବିବର୍ଣ୍ଣ ଦୃଶ୍ୟ ହେଉଥିବ ।

ଆଉ ଏ କହରା କେରାକ
କଞ୍ଚା ଜରଜର ଶକତ ଚୂଳ
ମୂଳ ତା ଟାଣ
କାହିଁକି ଭାବୁଛ ତାହାକୁ କାମ ( ।)
ଆଜିକାଲି ପରା ଏହି ଶୋଭନ ।

ତୁମେ ସେହି ପାକଲା ଚୂଳଗୁଡ଼ାକୁ
କଳା ରଙ୍ଗରେ ରଙ୍ଗଉ ଥା’
ଯେତେବେଳେ ମୁଣ୍ଡରେ ଘା’ ହେବ
ଚକ୍ଷୁର ଶକ୍ତି କମିଯିବ
ନିଃଶ୍ୱାସ-ପ୍ରଶ୍ୱାସରେ
ଫୁସ୍‌ଫୁସ୍ ଆକ୍ରାନ୍ତ ହୋଇବ
ସେତେବେଳେ ଏମିତି ପସ୍ତେଇବ
ନେଡ଼ି ତେଲ କହୁଣିକୁ ବୋହି ଯାଇଥିବ ।

ମୁଁ କିନ୍ତୁ ଏହି କହରା ଚୂଳରେ
ତେଲ ନ ହେଲେ ବି
ଏତେ ଶୀଘ୍ର ପାଚିବ ନାହିଁ
ବିକୃତ ରୂପରେ ନାଚିବ ନାହିଁ ।
ଆଉ ଏବେ କଥା ଉଠଉଛି-
ତୁମ ଆମ ନିର୍ବିବାଦର ପ୍ରସଙ୍ଗ,
ହଉ. . .
ସମାଧାନର କଥା କହୁଛ ତ !
ନିର୍ମଳ-ସ୍ୱଚ୍ଛଳ ଭାବୁଛ ତ ।
ତେବେ ଆସ,
ସଭିଁଙ୍କୁ କରିଦେବା ଲଣ୍ଡା
ଚନ୍ଦନ-ସିନ୍ଦୂର ଶୋଭା ପାଇବ ମଥାରେ
ଓଁକାର ଉଚ୍ଚାରଣ ହେବ ମଠରେ
ତୁମ ବିଲେଇମାନଙ୍କୁ
ମୋ ବାଘ. . .
ଆଲିଙ୍ଗନ କରିବ କୋଳରେ ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top