କବିତା

ନିର୍ମୂଳୀ ଲତାର କୋହ

Anukampa Naik's odia poem Nirmuli Lataar Koha

ସତ
ଏ କଥା ପ୍ରକୃତିର ନିଶ୍ଚୟ
ସବୁ ରଙ୍ଗ ମିଶିଲା ପରେ ଅନ୍ଧାର ହିଁ ଆସେ
ଖୁବ କଳା ଓ ଭୟଙ୍କର ହେଇ ।

ନିର୍ମୂଳୀ ଲତାର କୋହ

ବୋହିବାତ ମୋର ଧର୍ମ ହିଁ ଥିଲା
ଠିକ ନଈ ପରି …..
ସମୟର ପରିବର୍ତ୍ତନ ଭିତରେ
ଶୁଖିଗଲା ମୋ ସ୍ୱର
ବିତିଯାଇଥିବା ଶତାବ୍ଦୀର ମୁଁ ଜୀବାଶ୍ମ
ଭୂଗୋଳରେ ମୃତା ନଈ
ବର୍ଷ ପରେ ବର୍ଷ ବିତିଯାଏ ସିନା
କେବେବି ବୁଝେଇ ପାରେନା ମୋର ଉତ୍ପତି କେଉଁଠି ???

ମୋର ବାପା ମାଁ ଗୁରୁ
ଜଣେ ହିଁ ତ ଏକା
ଯେ ମତେ ଦାବି କରେ
ଏ’ ତ ମୋର ହିଁ ଚଢ଼େଇ
ଦିନେ, ସୁନ୍ଦର ଭାବରେ ଉଡି ପାରୁଥିଲା ତାର ଚିତ୍ରିତ ଡେଣା ମେଲି …
କିନ୍ତୁ, ଅନ୍ୟର ପେଟରେ ଲାତ ମାରି ବଂଚିବାର ଖୁବ ଚାଳକ ଇଏ ।

ସତ
ଏ କଥା ପ୍ରକୃତିର ନିଶ୍ଚୟ
ସବୁ ରଙ୍ଗ ମିଶିଲା ପରେ ଅନ୍ଧାର ହିଁ ଆସେ
ଖୁବ କଳା ଓ ଭୟଙ୍କର ହେଇ ।

ପୋଷଣ ପାଏନି ଏ ପ୍ରକୃତି ଠୁ
ଖାଦ୍ୟ ଅନ୍ୱେଷଣରେ ମୁଁ ଯେମିତି ମିଶିଯାଏ ଦୂର ଦିଗନ୍ତରେ
ହଜିଯାଏ ମୋ ଦି’ ପାଦ
ପଥରେ ପଡ଼ିଥିବା ଅସଂଖ୍ୟ ପାଦ ଭିତରେ ।

ଏକା ମୁଁ ଆଜି
ଗୋଟେ ଅତୃପ୍ତ ଗବେଷିକା ମନର ସେଇ ଅଶାନ୍ତ ଢେଉ
ଯାହା ଅଧୁରା ନିବନ୍ଧକୁ ବାରମ୍ବାର ଆଘାତ କରି କୁଳ ଖାଇଯାଏ ସିନା
ବିଷୟର କ୍ୟାନ୍‌ଭାସ୍‌କୁ ଥୋଇ ପାରେନା ।

ଏହା କ’ଣ ଜୀବନର ନିଷ୍ଠୁର ସତ୍ୟ
ପୃଥିବୀ ଥିବାଯାଏ ମରି ମରି ଜିଉଁଥିବି
ମାଟିର ଉର୍ଦ୍ଧ୍ୱରେ ?

 

ଲୋକପ୍ରିୟ ଲେଖା

To Top