କବିତା

ନିଶା

Jachindra Kumar Rout's odia poem Nishaa

ବୁନ୍ଦାଏ ନିଶାରେ ଘୋଟିଯାଏ
ମାଟିରୁ ମହୋଦଧି
ବିଷପରି ବିଶିରିଯାଏ
ବଇଶାଖୀ ତାତି ।

ନିଶା

କଉଟା ନିଶା ନୁହେଁ କୁହ ତ
ଏକାଦଶୀ ?
ନିଶାର ମୃଦୁ ମାଦକତାରେ
ମାତିଯାଏ ମତ ଆଉ ମଦନ
ମାଜିହୁଏ ମନ ।

ବୁନ୍ଦାଏ ନିଶାରେ ଘୋଟିଯାଏ
ମାଟିରୁ ମହୋଦଧି
ବିଷପରି ବିଶିରିଯାଏ
ବଇଶାଖୀ ତାତି ।

ନିଶାର ରଙ୍ଗ ବଦଳୁଥାଏ
ଘଟଣାଚକ୍ରରେ
ପ୍ରେମର ନୀଳନକ୍ଷତ୍ରରେ
ବିଚ୍ଛେଦର ରଙ୍ଗ ରୋଷଣିରେ ।

ପ୍ରଜ୍ଜ୍ୱଳିତ ନିଆଁପରି
ଚାଟିଦିଏ ଛାତିର ବୁରୁଜ
ହଦାଳିଦିଏ ଦେହ
ଜବାଳି ଘାଣ୍ଟି ପକାଏ ମିଜାଜ
ଘୁମଉଥାଏ ଆଖି
ଟଳମଳ ପାଦପକେଇ ଚାଲୁଥାଏ
ବୁଦ୍ଧି ଆଉ ବିବେକ ।

ନିଶାଘୂରେ, ଘାରେ, ଜାଲପରି
ଘେରିଦିଏ ଦେହ
ମୀନମରା ଫାଶରେ ଛାଇଯାଏ
କଳା କଳା ବାଦଲ
ସାରାମାଟି, ସମଗ୍ର ଆକାଶ ।

ମଦରେ ମାତାଲ ହୋଇ
ଚକାଭଉଁରୀ ଖେଳେ ଗଛ ଗାଁ
କଳକାରଖାନାର ଧୂଆଁ
ଘୋଟିଯାଏ ଧାନବିଲ
ଖେତଖମା ପାଦଚଲା ରାସ୍ତା ।

ପାହାଡ଼ରୁ ଖସିପଡ଼େ ପଳପଳ ମାଂସ
ଇସ୍ତିରି ହେଇଯାଏ ସଡ଼କ
ସହଜ ହେଇଯାଏ ବାଟଘାଟ
ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ ।

ନିଶାର ନକ୍ଷତ୍ରରେ ନୟାନ୍ତ
ସାରାକାଳ
କିଛି ହବା କି ହେବାର
ଶିରୋନାମାରେ
ଜପାଚାଲେ ମହାମନ୍ତ୍ର
ମଣିଷର ଭାଷା ନିଶା ।

ଲୋକପ୍ରିୟ ଲେଖା

To Top