କବିତା

ନିଶାରେ ଦୟା

Navajyoti Ray's odia poem Nishare Dayaa

ତା’ର ନିଶାସକ୍ତ ଦୃଷ୍ଟି କହୁଥିଲା କି କାଲି କାଲି ହିଁ ଆସିବ
ତୁମେ ହୋସ୍ ଉଡ଼େଇ ସାରିଛ ତୁମକୁ କାଲିର ଖବର ନାହିଁ
ତୁମେ ଯେଉଁଠି ଅଛ ପ୍ରକୃତରେ ତୁମେ ସେ ଜାଗାରେ ନାହଁ
ପିଲା କେତୋଟି ? କୋଉଠୁ ଆସିଛ ? ଏଇଠି ଘର କେଉଁଠି ?

ନିଶାରେ ଦୟା

ମଧ୍ୟରାତ୍ରି ଶୁନ୍‌ଶାନ୍‌ରେ ମୁଁ ଥିଲି ନିଶାରେ ଚୁର୍
ନିଜକୁ ନିଜେ କହିଚାଲିଥିଲି ଏକ କବିତା
କିଛି ମୁହୂର୍ତ୍ତ ପୂର୍ବରୁ ମୁଁ କରିଥିଲି ବିଲ୍‌ରେ ଦସ୍ତଖତ
ରାନ୍ଧୁଣିଆଟି ଭାବୁଥିବ ଏଗୁଡ଼ା ସବୁ ମୋଫତ୍ ।
ତମେ ଯାହା ଚାହୁଁଛ ଖାଅ ପିଅ ଆଉ ଏ ସିଗାରେଟ୍ ନିଅ
ଏହା ଶୁଣି ସେ ମତେ ଦେଖୁଥିଲା ନା ନିଜ ପେଟକୁ ।
ପୁଣି କହିଲି ସିଗାରେଟ୍ ପକେଟ୍‌ରେ ରଖି ମୋ ପାଇଁ
ଆଜି ତ ୟା’କୁ ପି’ ନେବ କିନ୍ତୁ କାଲିକୁ ତ ବିଡ଼ି ଲୋଡ଼ା
ଗୋଟିଏ ବଣ୍ଡଲ୍ ଷାଠିଏ ପଇସାରେ ବହୁତ ଗଳିଯିବ
ତା’ର ନିଶାସକ୍ତ ଦୃଷ୍ଟି କହୁଥିଲା କି କାଲି କାଲି ହିଁ ଆସିବ
ତୁମେ ହୋସ୍ ଉଡ଼େଇ ସାରିଛ ତୁମକୁ କାଲିର ଖବର ନାହିଁ
ତୁମେ ଯେଉଁଠି ଅଛ ପ୍ରକୃତରେ ତୁମେ ସେ ଜାଗାରେ ନାହଁ
ପିଲା କେତୋଟି ? କୋଉଠୁ ଆସିଛ ? ଏଇଠି ଘର କେଉଁଠି ?

ଚାରୋଟି ପିଲା, ବିଜନୌର୍ରୁ ଆସିଛି, ଘର ଏଇ ମସ୍ଜିଦ୍‌ରେ
ତୁମ ପାଇଁ ମୁଁ ଯେଉଁ କୋର୍ମାର୍ ବରାଦ କରିଛି
ତାକୁ ନିଜେ ଖାଇବ ନା ନେଇଯିବ ଘର ପାଇଁ ?
ଶୁଣିକି ସେ ଚୁପ୍ ହୋଇଗଲା ଏବଂ ମତେ ଏହା ଭଲ ଲାଗିଲା
ଏଠି ସେଠି ପାଦ ପକାଇ ମୁଁ ଉଠିଲି ଓ ମନରେ ଏ ଭାବ ଆସିଲା
ଜଣେ ଚାଟୁକାରର ଅଧିକାର ନାହିଁ ତା’ ଉପରେ ଦେଖାଇବ ଦୟା
ଆଃ ନିଶା ଦେଇଗଲା କେଡ଼େ ବଡ଼ ଶିକ୍ଷା ମତେ,
ଘରକୁ ଯାଇ ଲେଖି ରଖିଦେବି ଯାହା ମୋ ସହ ହେଲା
ଏକଥା ଭାବି ମୁଁ ଘରେ ତ ପହଞ୍ଚିଲି କିନ୍ତୁ ଶୋଇଗଲି ।
ଉଠିଲା ପରେ ସେ କବିତା ଆସିଲାନି କିନ୍ତୁ ବୁଦ୍ଧି ଆସିଗଲା
ସେ କେତେ ହୋସରେ ଥିଲା ଆଉ ମତେ ଚଢ଼ିଗଲା
କେତେ ହାଲ୍କା ନିଶା !

ଲୋକପ୍ରିୟ ଲେଖା

To Top