କବିତା

ନିଷ୍କ୍ରାନ୍ତ ଆୟୁଷ

Nrushingha Tarai's odia poem Nishkranta Aayusha

ନଇଁ ଆସେ ଆଖିପତା
ଅନ୍ତତଃ କ୍ଳାନ୍ତିରେ
ଧୂସରିତ ବିଷାଦିତ
ସନ୍ଧ୍ୟା ବାଲୁଚରେ
ପାଗଭିଡ଼େ ଏଠି ପୁଣି
ନଷ୍ଟ ଅପରାହ୍ଣ
ବିକଳ ସୂର୍ଯ୍ୟରଗାରେ ସେ କିନ୍ତୁ ବିବର୍ଣ୍ଣ ।

ନିଷ୍କ୍ରାନ୍ତ ଆୟୁଷ

ବିକଳାଙ୍ଗ ଛାଇମାନଙ୍କର
ଶୋଭାଯାତ୍ରା ନେଇ
ସମୟ ଚାଲିଛି ସତେ
ଧୁକେଇ ଧୁକେଇ
ନିସ୍ତରଙ୍ଗ ଯେତେକ ମୁହୂର୍ତ୍ତ
ସବୁଠି ତା’ କ୍ଷତ ଚିହ୍ନ
ଆହା ! କରେ ବିଷାଦିତ !

ନଇଁ ଆସେ ଆଖିପତା
ଅନ୍ତତଃ କ୍ଳାନ୍ତିରେ
ଧୂସରିତ ବିଷାଦିତ
ସନ୍ଧ୍ୟା ବାଲୁଚରେ
ପାଗଭିଡ଼େ ଏଠି ପୁଣି
ନଷ୍ଟ ଅପରାହ୍ଣ
ବିକଳ ସୂର୍ଯ୍ୟରଗାରେ ସେ କିନ୍ତୁ ବିବର୍ଣ୍ଣ ।

କାହା ପାଇଁ ଏ ଅର୍ଘ୍ୟଥାଳି
କାହାପାଇଁ ସାଇତିଛି
ସ୍ନେହ ପ୍ରେମ ପ୍ରୀତି
ଛିଡ଼ିଯାଏ ସେ ନଦୀର ତଟ
ପ୍ରେୟସୀୟର ରଙ୍ଗହୀନ ଓଠ
ଯନ୍ତ୍ରଣାରେ ପରାଜୟ ଘୋଷେ
ସବୁ ଶୁଭଗାନ
ଦିଗ୍‌ବଳୟ ହୁ-ହଂକାର ଶୁଭେ
ଅନ୍ଧକାର. . . ଖାଲି ଅନ୍ଧକାର
ବିଳମ୍ୱିତ ଜୋଛନା ପରାଗେ
ରାତ୍ରୀ ରଚେ ସୁଦୀର୍ଘ ପହୁଡ଼
ଭୂକମ୍ପର ତାଳେ ତାଳେ
ଖସିପଡ଼େ ଟେଳା ଟେଳା
ରକ୍ତ ଓ ମାଉଁସ
ଇଟା ବାଲି
ପଥର ଓ ଚୁନ
ଖସିପଡ଼େ ଆକାଶରୁ ପ୍ରଚୁର ଆଲୋକ
ବିରାଟ ଶବଦେ
ଭାଙ୍ଗିପଡ଼େ ପୃଥିବୀର ମେରୁଦଣ୍ଡ
ଶୂନ୍ୟତାର ପରିଧି ଓ
ମନର ଆକାଶ !

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top