କବିତା

ଅକ୍ଟୋପସ

Binay Mohapatra's odia poem Octopus

ଝରି ଗଲା କେତେ ଜଳ
ଗର୍ଭବତୀ ଆକାଶ କୁକ୍ଷିରୁ,
ଭାଙ୍ଗି ଗଲା କେତେ ମନ
ଅସହିଷ୍ଣୁ ଦୁନିଆ ଦାଉରୁ ।

ଅକ୍ଟୋପସ

ବାସ କେତେ ଝରିଗଲା,
ବସନ୍ତର ମଳୟ ସାଥିରେ,
ରଙ୍ଗ କେତେ ନିଭିଗଲା
ଫଗୁଣ ର ଶିତଳ ଜୋତ୍ସ୍ନାରେ ।

ଝରି ଗଲା କେତେ ଜଳ
ଗର୍ଭବତୀ ଆକାଶ କୁକ୍ଷିରୁ,
ଭାଙ୍ଗି ଗଲା କେତେ ମନ
ଅସହିଷ୍ଣୁ ଦୁନିଆ ଦାଉରୁ ।

ଜୀବନ ଏ କେମିତି ଜୀବନ;
ଜୀବନ ନୁହଁ ସେ ଖାଲି
ତିଳ ତିଳ ଯାତନା ଦହନ ।

ପ୍ରେମ ବିନା ଜୀବନ ସେ
କିବାତାର ମାନେ,
ବସି ଦିନ ଗଣେ,
ସଖୀ, ପାରୁନ କି ଦେଖି
କି ସୁନ୍ଦର ମିଳନର ଏ ବେଳ
ବିତି ଯାଏ ଭରି ଯାଏ
ଜୀବନରେ ହଳାହଳ ।

ପ୍ରେମ ବିନା ସାଥି ବିନା
ରଙ୍ଗ ବିନା ବାସ ବିନା
ଜୀବନ ସେ କେମିତି ଜୀବନ
ଫୁଲ ସିଏ, କେମିତି ସେ ମଧୁବନ ?

କେମିତି ନିଶା ସେ କହ
ପ୍ରୀତି ଏଠି ଭରିଯାଏ କୋହ ।

ତୁମେ ରାଇ ଝୁର ସିନା,
ଜମୁନା ବି ଝୁରେ,
ଝୁରୁଛି ବି ଘନଶ୍ୟାମ
ମଥୁରାର ରାଜ ଉଆସରେ ।

ଅଷ୍ଟପାଟ ବଂଶି ନୁହେଁ
ଏଇ ତ ଅକ୍ଟୋପସ ଫାଶ
ପାରୁନି ସହି ରେ ସଖୀ,
ରୁଦ୍ଧ ମୋର ଶ୍ୱାସ ।।

ଲୋକପ୍ରିୟ ଲେଖା

To Top