କବିତା

ପାଗଳ ମନ

Nirupama Swain's odia poem Paagala Mana

ତା’ ଅସୁମାରି ପକ୍ୱ ଫଳ, ହଜାଏ
ପୁଣି ତା’ ପ୍ରସ୍ଫୁଟିତ ସୁଗନ୍ଧିତ ପାଖୁଡ଼ା ମଧ୍ୟରେ. . .
ମନ ଏକ ସ୍ରୋତସ୍ୱିନୀ
ଧାଇଁଥାଏ ଏକମୁହାଁ ହୋଇ

ପାଗଳ ମନ

ଏ ମନଟା ସତରେ ଏକ
ଅଦ୍ଭୁତ ପରିସର
ଅଜବ ଭାବନା ସୃଷ୍ଟି କରେ
ଅନ୍ଧାର ଭିତରେ. . .,
ସପନର ବୀଜ ବୁଣିବାର ପ୍ରୟାସରେ
ସ୍ପର୍ଶ କରାଇଥାଏ ଏ ଯେ
ତା’ ଅସୁମାରି ପକ୍ୱ ଫଳ, ହଜାଏ
ପୁଣି ତା’ ପ୍ରସ୍ଫୁଟିତ ସୁଗନ୍ଧିତ ପାଖୁଡ଼ା ମଧ୍ୟରେ. . .
ମନ ଏକ ସ୍ରୋତସ୍ୱିନୀ
ଧାଇଁଥାଏ ଏକମୁହାଁ ହୋଇ
ଯେତେ କଙ୍କରିତ ପଥ ହେଉ ପଛେ
ସିଏ କିନ୍ତୁ ଜାଗ୍ରତ ସଦା
ସାଗର ଛୁଇଁବା ପାଇଁ,
କଳ୍ପନା ଆଉ ବାସ୍ତବତାର
ପରିସୀମା ମଧ୍ୟ ମନ
ଏକ ମାଇଲ୍ ଖୁଣ୍ଟ
ଏ ପଟରେ ଭାସୁଥାଏ ଦିଗହୀନ ହୋଇ
ସେପଟେ ଯେ ନିରବ ନିଶ୍ଚଳ
ଏଇଟା ତା’ ଚମତ୍କାର
କିନ୍ତୁ, ଦୁନିଆଁ ଆଗରେ
ଇଏ ଏକ ପାଗଳ ମନ. . . ଅସ୍ଥିର ଅଧୀର ।

ଲୋକପ୍ରିୟ ଲେଖା

To Top