କବିତା

ପାହାନ୍ତି ବର୍ଷା

Prakash Sahoo's odia poem Paahaanti Barshaa

ଏତେ ବଡ଼ ଶୂନ୍ୟତା
ତା ଆଞ୍ଜୁଳିରେ ଧରୁନି
ପଣତ କାନିରେ ଜାକି ଧରିଛି ଯିବାକୁ
ଚାହୁଁନି ସେ ଖୋଜୁଛି ସେ ତା ତତଲା
ଲୁହରେ ବିଗତ ଦିନକୁ
ଶକ୍ତି ନାହିଁ ଉଚ୍ଚାରଣ କରିବାକୁ କେବଳ
ପାହାନ୍ତି ବର୍ଷାରେ ଭିଜି ଚାଲିଛି ସେ ।

ପାହାନ୍ତି ବର୍ଷା

ଝରକାର ଆର ପଟରୁ କାନ୍ଦ ସ୍ୱର
ବିରହ ବେଦନା ମିଶା ପରିବେଶ
ଏତେ ବଡ ବର୍ଷାରାତି ତା ଆଖିରୁ ସରୁନି
ଲୁହର ବିନ୍ଦୁ ଝରଣା ହୋଇ ବହିଚାଲିଛି
କେତେ ଦୂର ରେ ରହିଗଲା ଆଉ
ସେ ଆଖି ତାର ପାଉନି

କିଟି କିଟି ଅନ୍ଧାର ଭିତରେ
ଭସା ବାଦଲ ସହିତ ଭାସି ଭାସି ଯାଉଛି
ତା ପ୍ରତିଛବି ସାମ୍ନାକୁ ଆସୁଛି
ବାରମ୍ବାର କହୁଛି ସେ କିଛି
କିନ୍ତୁ ସ୍ପର୍ଶ କରିପାରୁନି ତାକୁ
ଡହଳ ବିକଳ ହୋଇ
ଅନେକ ଥର ଚାହୁଁଛି ତାକୁ

ଆଉ ସେ ଫେରିବନି ତା ସ୍ୱପ୍ନ ର ଘରକୁ
ତାକୁ ନେଇ କେତେ ସ୍ୱପ୍ନ ଦେଖିଥିଲା
ମନ ପକ୍ଷୀ ତାର ଏ ଡାଳରୁ
ସେ ଡାଳକୁ ଖାଲି ଉଡୁଥିଲା
ଅନେକ କିଛି ଭାବିଥିଲା ତା ପାଇଁ
ତା ନାଁ ରେ ଗୀତ ଗାଇବ ବୋଲି

ନିସ୍ତବ୍ଧ ଆଉ ନିର୍ଜନ ରାତିରେ
ଖୋଲା ଆକାଶର ବୁକୁରେ
ପାହାନ୍ତି ବର୍ଷାକୁ ପ୍ରଶ୍ନ କରୁଛି ସେ
ଶାମୁକା ଗର୍ଭରେ ମୁକ୍ତା କରି ରଖିଦେବାକୁ
ଉଡେଇ ନେବାକୁ ସାତ ସମୁଦ୍ର ସେପାରିକୁ
ଅବା ତା ଘର କୋଣରେ ଲୁଚାଇ
ଦେବାକୁ ଏମିତି ଅନ୍ଧାର ଭିତରେ

ପାହାନ୍ତିଆ ପବନରେ
ତା ଦେହ ଶୀତେଇ ଉଠୁଛି
ନିରୀମାଖୀ ହୋଇ ଅନ୍ଧାର ଭିତରେ
ଖୋଜୁଛି କାହାକୁ ତାର ଡାକ ତାକୁ
ବାରମ୍ବାର ଶୁଭୁଛି ଏମିତି
ଏ ନିର୍ଦୟ ମଣିଷଟା କି ସୁଖ ପାଉଛି?

ଏତେ ବଡ଼ ଶୂନ୍ୟତା
ତା ଆଞ୍ଜୁଳିରେ ଧରୁନି
ପଣତ କାନିରେ ଜାକି ଧରିଛି ଯିବାକୁ
ଚାହୁଁନି ସେ ଖୋଜୁଛି ସେ ତା ତତଲା
ଲୁହରେ ବିଗତ ଦିନକୁ
ଶକ୍ତି ନାହିଁ ଉଚ୍ଚାରଣ କରିବାକୁ କେବଳ
ପାହାନ୍ତି ବର୍ଷାରେ ଭିଜି ଚାଲିଛି ସେ ।

ଖୋଜୁଛି ସେ ହଜିଲା ଅତୀତକୁ
ଟିକିଏ ମାତ୍ର ଦୂରତା
ଲମ୍ବା ଭଳି ଲାଗୁଛି କେମିତି ଭୁଲିବ
ତା କୁଆଁରୀ ମନ ଟା
ନୂଆ ଜୀବନରେ ପାଦ ରଖୁ ରଖୁ
ହାତ ଛାଡ଼ିଦେଇ ଚାଲିଗଲା ସେ

ଏହି ପାହାନ୍ତି ବର୍ଷାକୁ
ସେ ମାଗୁନି ଆକାଶର ତାର ଫୁଲ,
ମଣି ମୁକୁତା, କୁବେର ଭଣ୍ଡାର
ମାଗୁଛି ସେ କେବଳ ତା ପ୍ରିୟକୁ
ଫେରି ଆସିବ କି ସେ ? ଏହି ପାହାନ୍ତି
ବର୍ଷାରେ ତାକୁ ଆଲିଙ୍ଗନ କରି
ପୁଣି ଥରେ………

ଲୋକପ୍ରିୟ ଲେଖା

To Top