କବିତା

ପଖାଳ

Parimita Mishra's odia Poem Pakhaala

ମୋ ଗାଁ ଚାଷି, କ୍ଷେତରେ ପଶି
କାମ କରିଚାଲେ, କି ଦିନ ରାତି ।
ହାଡ଼ ଭଙ୍ଗା କାମ ଆମ ଚାଷିର
କରିବାକୁ ଯିଏ ଯୋଗାଏ ବଳ
ସେ ତ ପଖାଳ, ଆମ ପଖାଳ ।

ପଖାଳ

ଓଡ଼ିଶା ମାଟିର ଗର୍ବ ଗୌରବ
ଓଡ଼ିଆ ମୁହଁର ହସର ଧାର
କି ଧନୀ କି ଦୀନ
କି ଦୁଃଖୀ ଦରିଦ୍ର
ସଭିଙ୍କ ପାଟିରୁ ବୁହାଏ ଲାଳ
ସେ ତ ପଖାଳ, ଆମ ପଖାଳ ।।

ମୋ ଗାଁ ଚାଷି, କ୍ଷେତରେ ପଶି
କାମ କରିଚାଲେ, କି ଦିନ ରାତି ।
ହାଡ଼ ଭଙ୍ଗା କାମ ଆମ ଚାଷିର
କରିବାକୁ ଯିଏ ଯୋଗାଏ ବଳ
ସେ ତ ପଖାଳ, ଆମ ପଖାଳ ।

ଖରା ଦିନିଆ ଝାଞ୍ଜିର ମାଡ଼
ରବି ଶୋଷି ନିଏ ଦେହର ଜଳ
ଦହି ପଖାଳ କି ସୁଆଦ ଆହା
ଖାଇଲେ ମାଡ଼ଇ ନିଦ ବଢ଼ିଆ ।

ବିଭିନ୍ନ ଦରବ ନାନା ଆଚାର
ଶୁଖୁଆ ଭଜାକୁ ଭର୍ତ୍ତା ଆଳୁର
କୁକୁଡ଼ା ହେଉ କି ମାଉଁସ ଝୋଳ
ଯା’ ସାଙ୍ଗେ ନ ଥିଲେ ନ ଲାଗେ ଭଲ ।
ସେ ତ ପଖାଳ, ଆମ ପଖାଳ ।।

ଆଗନ୍ତ ହେଉ ବା ହେଉ ଅତୀତ
ଅବା କଥା ଏଇ ବର୍ତ୍ତମାନର
ଲାଜ ନ ପଡ଼ି ଯେବେ କଲ ସମ୍ମାନ
ମୋ ଲାଗି ପାଳିଲ ପଖାଳ ଦିନ
ଗାଁ’ ରୁ ନେଇ ଦେଶବିଦେଶ ଯାଏଁ
ଦେଶର ଶୋଭା ମତେ କରିଲ
ତୁମେ ଯଦି ମତେ ପାଇବ ଭଲ
ଏମିତି ରହିବି ମୁଁ ଚିରକାଳ
ତୁମ ପଖାଳ, ମୁଁ ତ ପଖାଳ ।।

ଲୋକପ୍ରିୟ ଲେଖା

To Top