କବିତା

ପଞ୍ଚସଖା

Nrushingha Tarai's odia poem Panchasakhaa

ବାସ୍ତବର ଉପକଣ୍ଠେ
ଶାଶ୍ୱତ ଝରଣା ସମ
ପବିତ୍ର ଏବଂ ନିର୍ମଳ ଚରିତ୍ରର
ନିବିଡ଼ ସମ୍ପର୍କ
ସ୍ୱଚ୍ଛ-ଶ୍ୱେତ, ସ୍ୱର୍ଗୀୟ ସମ୍ୱଧ ପରି
ସତ୍ୟ ଶିବ ସୁନ୍ଦର
ଦୁଇଟି ଆତ୍ମାର ମଧୁର ମିଳନ
ସଫଳ ସ୍ୱପ୍ନର ଏକ ସ୍ଥିରଚିତ୍ର ।

ପଞ୍ଚସଖା

ସ୍ନେହ :-

ଆପଣାର ସବୁତକ ସଦ୍ଦିଚ୍ଛାକୁ
ଅଜାଡ଼ି ଦେଇ ବୁକୁର ଉହାଡ଼ରୁ
ରକ୍ତର ଶପଥ ନେଇ
ଭଲ ପାଇବା
ଅନ୍ତର ମଧ୍ୟରେ
ମିଳନର ଫଗୁଣରେ
ପିଚ୍‌କାରୀ ଧରିଥିବା ଝିଅଟିଏ ।

ପ୍ରୀତି :-

ବାସ୍ତବର ଉପକଣ୍ଠେ
ଶାଶ୍ୱତ ଝରଣା ସମ
ପବିତ୍ର ଏବଂ ନିର୍ମଳ ଚରିତ୍ରର
ନିବିଡ଼ ସମ୍ପର୍କ
ସ୍ୱଚ୍ଛ-ଶ୍ୱେତ, ସ୍ୱର୍ଗୀୟ ସମ୍ୱଧ ପରି
ସତ୍ୟ ଶିବ ସୁନ୍ଦର
ଦୁଇଟି ଆତ୍ମାର ମଧୁର ମିଳନ
ସଫଳ ସ୍ୱପ୍ନର ଏକ ସ୍ଥିରଚିତ୍ର ।

ମାୟା :-

ଅଜଣା ବନ୍ଧନର
ଶକ୍ତ ରଜ୍ଜୁଟିଏ
ନୂତନ ପୁଲକର
ଆବେଗମୟ ସତ୍ତାରୂପେ
ସମସ୍ତଙ୍କ ହୃଦୟ ତିଥିରେ ସେ
ସ୍ୱପ୍ନର ଢେଉ ତୋଳେ
ହୃଦୟର ପ୍ରଶାନ୍ତ ସାଗରେ
ପ୍ରତିକ୍ରିୟାଶୀଳ ହୋଇଉଠେ
ସମୟେ ସମୟେ !

ମମତା :-

ସଫଳ ଚିତ୍ରକରଟିଏ
ଅନ୍ୟରେ ରଙ୍ଗ ଲେପିବାକୁ
ସୁନ୍ଦର ଫୁଲଟିଏ
ଦେବତାର ପୂଜା ପାଇଁ
ସୁନ୍ଦର ଜାଗାଟିଏ
ଜୀବନ ଗଢ଼ିବା ପାଇଁ
ସୁନ୍ଦର ଶବ୍ଦଟିଏ
ସ୍ଲୋଗାନ୍ ଦେବା ପାଇଁ
ଜୀବନ ଜୀବିକାର ସଂଗ୍ରାମରେ ।

ଜୀବନ :-

ସୁନ୍ଦର ଭେଟିଟିଏ ସ୍ରଷ୍ଟାଙ୍କର
ସୃଷ୍ଟିର ଜୟନ୍ତୀକୁ
ଅତୁଳନୀୟ ଚିଜଟିଏ
ସମସ୍ତଙ୍କ ସାମ୍ନାକୁ
ସ୍ୱନାମଧନ୍ୟ କବିଟିଏ
କବିତାକୁ ଚିହ୍ନିବାକୁ
ଜୀବନ-
ସ୍ରଷ୍ଟାଙ୍କର ବଗିଚାକୁ ସଜାଉଥିବା
ରଙ୍ଗ ବେରଙ୍ଗର
ଫୁଲ ଆଉ ରଙ୍ଗୀନ ପ୍ରଜାପତି ଦଳ
କିମ୍ୱା
ସବୁଜ ଘାସଗଛ !

ଲୋକପ୍ରିୟ ଲେଖା

To Top