କବିତା

ପରାସ୍ତ

Alok Kumar Pandit's odia poem Paraasta

ହେ ରାମ ହେ ନାଥ. . .
ନେଉଛି ମୁଁ ଶେଷ ନିଃଶ୍ୱାସ
ଅବଗତ କର ସଂସାରେ ଭାଇ ଭାଇର ମାନ ।।

ପରାସ୍ତ

ହେ ରାମ ହେ ନାଥ. . .

ପାରିଥାନ୍ତ କି ମୋତେ କରି ପରାସ୍ତ
ବଳବୀର୍ଯ୍ୟ ତୁମଠାରୁ ଶତତ ପ୍ରଖର
କି ପାରନ୍ତ କରି ବିନାଶ, ନିୟନ୍ତା କି ଯମ
ତୁମ ଠାରୁ ଶ୍ରେଷ୍ଠ ଅଟେ ଜାତିରେ ମୁଁ ବ୍ରାହ୍ମଣ
କି ପାରନ୍ତ କରି ମୋତେ ବଧ
ପଣ୍ଡିତ ପାଣ୍ଡିତ୍ୟରେ ମୁଁ ଯେ ଅଟଇ ପ୍ରବୀଣ
ହେ ରାମ ନାରାୟଣ ତୁମେ ହେବ କି ସମ
ତୁମ ଶ୍ରୀ ପ୍ରାସାଦେ ହୋଇଥିବ ସ୍ୱର୍ଣ୍ଣ ଖଞ୍ଜା
ସମଗ୍ର ଶ୍ରୀ ରାଜ୍ୟେ ମୋର ସ୍ୱର୍ଣ୍ଣ ହୋଇଛି ଖଞ୍ଜା
ବୟସରେ ତୁମଠାରୁ ଅତ୍ୟନ୍ତ ମୁଁ ବଡ଼
କୁଟୁମ୍ୱେ କୁଟୁମ୍ୱ ତୁମଠାରୁ ଉଚ୍ଚ
ବହୁଧା ତୁମଠାରୁ ମୋ ସମ୍ପତ୍ତି ନାହିଁ ଆକଳନ
ରାଜ୍ୟ ରଜା ନୁହଁ ତୁମେ, ମୁଁ ଲଙ୍କା ଅଧିପତି ରାବଣ ।।

ହେ ରାମ ହେ ନାଥ. . .

ଜାଣିଛକି କେମିତି ଆସିଲା କାଳ
ସର୍ବାଗ୍ରେ ତୁମଠାରୁ ଶ୍ରେଷ୍ଠ କେମିତି କରିଲ ପରାସ୍ତ
ଘର ଢେଙ୍କି ଆଜି ମୋର ହୋଇଛି କୁମ୍ଭୀର
ଭାତୃ ଦ୍ରୋହେ ନିର୍ବାସିତ ହୋଇଛି ବିଭୀଷଣ
ଭାଇକୁ ଭାଇ ଏଠି ହୋଇଲା ବଇରୀ
ଦୋଷ ଦୁର୍ବଳତା ଦେଲା ତୁମଠାରେ ବଖାଣି
ତୁମ ପଛେ ଥିଲେ ଯୋଦ୍ଧା ଅନୁଜ ଲକ୍ଷ୍ମଣ
ମୋ ପଛେ ନାହିଁ ଯୋଦ୍ଧା କେହି ଭାଇ ଅନୁଜ
ଭାଇ ସଙ୍ଗେ ଭାଇ ଥିଲେ କେ କରିବା ପରାସ୍ତ
ଆଗକୁ ମାଡ଼ିଚାଲିବ ବିଜୟ ସୁନିଶ୍ଚିତ ।।

ହେ ରାମ ହେ ନାଥ. . .
ନେଉଛି ମୁଁ ଶେଷ ନିଃଶ୍ୱାସ
ଅବଗତ କର ସଂସାରେ ଭାଇ ଭାଇର ମାନ ।।

ଲୋକପ୍ରିୟ ଲେଖା

To Top