କବିତା

ପରିବର୍ତ୍ତନ

Nrushingha Tarai's odia poem Paribartana

ଉଙ୍କିମାରି ମୋ ପୁଅ
ଦେଖୁଥିଲା ଉତ୍କଣ୍ଠାରେ
ଚକ୍ଷୁ ବିସ୍ମୟ-ବିସ୍ଫାରିତ
ବହୁ ଜିଜ୍ଞାସାବାଦ ନେଇ
ଏ କ’ଣ ?
ରାତାରାତି
ଗାଁ ରାସ୍ତା ନାଲିନାଲି ।

ପରିବର୍ତ୍ତନ

ଉଙ୍କିମାରି ମୋ ପୁଅ
ଦେଖୁଥିଲା ଉତ୍କଣ୍ଠାରେ
ଚକ୍ଷୁ ବିସ୍ମୟ-ବିସ୍ଫାରିତ
ବହୁ ଜିଜ୍ଞାସାବାଦ ନେଇ
ଏ କ’ଣ ?
ରାତାରାତି
ଗାଁ ରାସ୍ତା ନାଲିନାଲି ।

ଦଳଦଳ ମଣିଷ
ଧାଁ ଦଉଡ଼
ହୋ’ ହାଲ୍ଲା
ଦୁଲୁକି ଉଠୁଛି ଦାଣ୍ଡ
ବଡ଼ ମୁସ୍କିଲ୍
ତା’ର ଆକଳନ
ଆସୁଛନ୍ତି ବୋଧେ ନେତା
ତାଙ୍କ ପାତ୍ର ପରିଷଦ
ବ୍ୟସ୍ତ କର୍ମୀ-ବ୍ୟସ୍ତ ପଛପାଖ ଲୋକ ।

ବିଚ୍ଛେଇ ଦେବେ ପତିଆରା
କୋଳକରି
ହାତ ଧରି ଆପଣାପଣ
ଜୋର କରି
ସେ କିନ୍ତୁ ସାବ୍ୟସ୍ତ କରିବେ
ଅମାୟିକ ପଣ,
ଆସ୍ତେ କରି କହିବେ
ମଞ୍ଜୁରୀ ଆସିଛି
ବାର୍ଦ୍ଧକ୍ୟ ଭତ୍ତା, ଗୃହରଣ
ଏଠି ହେବ-ନାଲି ରାସ୍ତା
ଡାକ୍ତରଖାନା ଓ ସୁଲଭ ଶୌଚାଳୟ !

ଲୋକପ୍ରିୟ ଲେଖା

To Top