କବିତା

ପଥିକ

Suchismita Behera's odia poem Pathika

ଦୂର ବାଟ ଚାଲିବାକୁ, ଲୋଡ଼ା ନାହିଁ ବଳ ,
ଲୋଡ଼ା ଅଛି ତ’ କେବଳ ଦୃଢ଼ ମନୋବଳ,
ସେ ବାଟ ଯେ’, କେବେ ସରୁ , ଚାହିଁବି ମୁଁ ନାହିଁ
ଚାଲୁଅଛି, ଚାଲୁଥିବି ଏହିପରି ମୁହିଁ ।। ୨ ।।

ପଥିକ

କାଗଜ କଲମ ଧରି, ପୁଣି ଥରେ ମନେ ଭରି ,
ଲେଖୁଛି ମୁଁ କିଛି ଧାଡ଼ି ,
ଆଜି … ବହୁ ଦିନ ପରେ… ।। ୦ ।।

ସେ ଅକଳ୍ପନୀୟ ସ୍ୱପ୍ନ , ଅସ୍ମରଣୀୟ ସ୍ପୃହା
ଅବିଶ୍ୱସନୀୟ ବିଶ୍ୱାସ , ଆଉ ଅକଥନୀୟ କଥା,
ପ୍ରତି ପଥେ, ପ୍ରତି କ୍ଷଣେ, ସବୁକୁ ପାଛୋଟି ନେଇ
ବାଟରେ ବାଟୋଇ ପଛେ ଏକୁଟିଆ ହୋଇ
ଅଚିହ୍ନା ଭବିଷ୍ୟତକୁ ଖୋଜିବା ପାଇଁ ,
ଚାଲୁଅଛି, ଚାଲୁଥିବି ଏହିପରି ମୁହିଁ ।। ୧ ।।

ଦୂର ବାଟ ଚାଲିବାକୁ, ଲୋଡ଼ା ନାହିଁ ବଳ ,
ଲୋଡ଼ା ଅଛି ତ’ କେବଳ ଦୃଢ଼ ମନୋବଳ,
ସେ ବାଟ ଯେ’, କେବେ ସରୁ , ଚାହିଁବି ମୁଁ ନାହିଁ
ଚାଲୁଅଛି, ଚାଲୁଥିବି ଏହିପରି ମୁହିଁ ।। ୨ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top