କବିତା

ପିଶାଚ

Abhisek Mohapatra's odia poem Pishaacha

ମୁଁ ବେଳେବେଳେ ବାଲ୍‌କୋନିକୁ ଯାଏ ,
ତା ବକ୍ଷରେ ପ୍ରଶାନ୍ତିର ଜ୍ୟୋସ୍ନା ପଡ଼ିଥାଏ,
ସିଗାରେଟରେ ଧୂଆଁ ଲଗାଇ ଯେବେ ଧୂଆଁ ଛାଡ଼େ –
ମୋତେ ଲାଗେ ମୁଁ ପିଶାଚ ପାଲଟି ଯାଏ !!!!!!! !

ପିଶାଚ

ରାତି ! ବସନ୍ତର ହେଉ କି ବୈଶାଖର ,
ମଳୟର ହେଉ କି ଝାଞ୍ଜି ପବନର,
ଦିନସାରା ବ୍ୟସ୍ତତା ଭିତରେ-
ଖୁବ୍ ଶାନ୍ତି ଲାଗେ ଗୋଟେ ଆତ୍ମିୟତାପୂର୍ଣ୍ଣ ରାତିରେ ।।

କିଏ କୁହେ ରାତିରେ ଯେ ବୁଲେ ‌-
ସେ ପିଶାଚ କି ଛାଇ ପ୍ରେତାତ୍ମାର ,
ମୁଁ ଜାଣେ ଏ ନୀରବିତ ରାତିରେ-
ଶାନ୍ତି ପାଇଁ ଭ୍ରମଣରେ ବ୍ୟସ୍ତ ଇଶ୍ଵରୀ- ଇଶ୍ଵର ।।

ମୁଁ ବେଳେବେଳେ ବାଲ୍‌କୋନିକୁ ଯାଏ ,
ତା ବକ୍ଷରେ ପ୍ରଶାନ୍ତିର ଜ୍ୟୋସ୍ନା ପଡ଼ିଥାଏ,
ସିଗାରେଟରେ ଧୂଆଁ ଲଗାଇ ଯେବେ ଧୂଆଁ ଛାଡ଼େ –
ମୋତେ ଲାଗେ ମୁଁ ପିଶାଚ ପାଲଟି ଯାଏ !!!!!!! !

ଧିକି ଧିକି ଜଳୁଥିବା ଆଖି ଖୁବ ଜୋରରେ ଜଳେ ,
ଠିକ୍‌ ସିଗାରେଟ ପରି ଆଖିରୁ ଅବତୃପ୍ତିର ଲୁହ ଢାଳେ,
ମୁଁ ଜାଣେ ମୁଁ ସିଗାରେଟ ପରି ଜଳି ସାରିଛି
ଆଉ ନିଜେ ହିଁ ନିଜର ପିଶାଚ ପାଲଟି ଯାଇଛି ।।

ଲୋକପ୍ରିୟ ଲେଖା

To Top