କବିତା

ପ୍ରାତଃ ଭ୍ରମଣ

Ramakanta Mishra's odia poem Praatah Bhramana

କିଏ ଜଣେ ଭଦ୍ର ମହିଳା
ହାତେ ଧରି ମଇଳା ଜରି ପୁଡିଆଟେ,
ଖୋଜୁ ଥିଲେ ଜାଗା,
କେଉଁଠି ପକାଇଲେ ତ୍ରାହି ପାଇବେ ।

ପ୍ରାତଃ ଭ୍ରମଣ

(୧)

ପ୍ରାତଃ ଭ୍ରମଣରେ ବାହାରିବା ବେଳକୁ,
ବେଶ ଭଲ ଅନ୍ଧକାର ଥିଲା ।
ପଶ୍ଚିମା ଆକାଶ ରେ ପୂର୍ଣ୍ଣମୀ ଜହ୍ନ,
ରୂପା ଥାଳି ପରି ଝଟକୁ ଥିଲା ।
ମାର୍ଗଶିର ମାସର କୋହଲିଆ ଥଣ୍ଡା,
ଗରମ ପୋଷାକ ପିନ୍ଧିବାକୁ ବାଧ୍ୟ କରୁଥିଲା ।
ଏଠି ଭୁବନେଶ୍ୱର ରେ ଥଣ୍ଡା ପଡେନାହିଁ,
ଶୁଣି ଶୁଣି ଆଶ୍ୱସ୍ତ ଥିଲି ।
କିନ୍ତୁ ଏଠି ତ ବେଶ୍‌ ଥଣ୍ଡା ପଡୁଛି,
ନିଜେ ନ ଭୋଗିଲେ କଥାର –
ସତ୍ୟତା ଜଣା ପଡେ ନାହିଁ ।
କିଏ ଜଣେ ଅନ୍ଧାରରେ ଟର୍ଚ୍ଚ ପକାଇ,
ଟଗର ଗଛ ଟାକୁ ଝୁଣି ପକାଉଛି ।
ଏ ପ୍ରତିଦିନର କଥା –
ପୂଜା ନାମେ ଫୁଲ ପାଇଁ ସବୁ ଗଚ୍ଛ ଲଣ୍ଡା ।
ଜୀବନରେ ଫୁଲ ଗଛଟିଏ ଲଗାଇ ନ ଥିବେ,
କିନ୍ତୁ ସକାଳେ ଫୁଲ ତୋଳିବା ପାଇଁ,
ରାତି ସାରା ଅନିଦ୍ରା ।
ବିଚିତ୍ର ବିରୋଧାଭାସ –
ଯେ ଫୁଲ ଗଛ ଲଗାଇଛି,
ଫୁଲକୁ ଜଗିବା ପାଇଁ ରାତି ଅନିଦ୍ରା,
ଆଉ ପୂଜା ଫୁଲ ତୋଳିବା ପାଇଁ,
ମଧ୍ୟ ରାତି ଅନିଦ୍ରା ।
ରାତି ଅନିଦ୍ରା ସମାନ କିନ୍ତୁ,
ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ।
କିଏ ଜଣେ ଭଦ୍ର ମହିଳା
ହାତେ ଧରି ମଇଳା ଜରି ପୁଡିଆଟେ,
ଖୋଜୁ ଥିଲେ ଜାଗା,
କେଉଁଠି ପକାଇଲେ ତ୍ରାହି ପାଇବେ ।
ନିଜ ଘର ସଫା କରି,
ବାହାରେ ଫିଙ୍ଗି ଦେଲେ,
ତାଙ୍କର କାମ ସରିଗଲା;
ଦିନକ ପାଇଁ ତ୍ରାହି ପାଇଗଲେ ।
କିଏ ଗୋଟେ ସ୍ତ୍ରୀ ଲୋକ,
ଚିରା ଲୁଗା, ନୁଖୁରା ମୁଣ୍ଡ,
କାନ୍ଧେ ଝୁଲାଇଛି ଅଖା ଟିଏ,
ମଇଳା ପକା ଯାଇଥିବା ଜାଗାକୁ,
ବାରମ୍ବାର କରି ଖେଳାଇ ପକାଉଛି ।
ଜରି ଆଉ ଯାହା କିଛି ପାଇଲେ,
ତାକୁ ପିଠିର ଅଖାରେ ଭରି ଦେଇ,
ପୁଣି ଅଣ୍ଡାଳୁଛି …….
କାଳେ କିଛି ମୂଲ୍ୟବାନ ମିଳିଯିବା ଆଶାରେ !
ଧନ୍ୟ ଏ ବାସ୍ତୁହରାଙ୍କ ଦଳ !
କାଳେ କିଛି ପାଇଯିବେ,
ଏଇ ଆଶାରେ କଟି ଯାଏ ଜୀବନ ।
ଛକି ଛନ୍ତି ସେଣେ ଅବାଞ୍ଛିତ,
ବୁଲା କୁକୁରଙ୍କ ଦଳ,
ଅବଶିଷ୍ଟ ମଇଳାକୁ ଝାମ୍ପି ନେବେ ବୋଲି,
ପରଷ୍ପର ମଧ୍ୟେ ଲାଗେ କୋଳାହଳ ।
ଧନ୍ୟ ସେ କୁକୁରଙ୍କ ଦଳ,
ଧନ୍ୟ ସେ ରଚୟିତା ପ୍ରଭୁ !
ମିଶି ଗଲେ ଦୁଇ କୁକୁର,
କୋଳାହଳ ହେବ ଏହାତ ନିଶ୍ଚତ ।
ବସିଛନ୍ତି ଏଣେ ତେଣେ,
ସଡକର ଚାରି କୋଣେ, ଗାଇ ପଲ;
ନିର୍ବିଘ୍ନରେ ବସିଛନ୍ତି ମହାପୁରୁଷଙ୍କ ପରି,
ଯାନ ବାହନ କୁ ନାହିଁତ ଖାତର,
ଥଣ୍ଡା ରାତିରେ ଏ ପିଚୁ ସଡକ ଉପରେ,
ବୋଧହୁଏ ସେମାନଙ୍କୁ ଆରାମ ମିଳେ ।
ଧନ୍ୟ ସେ ଗାଇ ପଲ,
ଧନ୍ୟ ସେ ରଚୟିତା ପ୍ରଭୁ !
ଏକତ୍ର ସହାବସ୍ଥାନ ଶିଖିବାର ଥିଲେ,
ଯାଇ ଦେଖ ଗାଇ ଗୋରୁ ପଲ ।
ମାଛି ଅନ୍ଧାରରେ ନିର୍ବିଘ୍ନରେ,
ବଢୁ ଥିଲି ଆଗରୁ ଆଗକୁ,
ଚିଂହା ଜଣା ପଥ,
ନିର୍ବିଘ୍ନରେ ଚାଲୁ ଥିଲା ପାଦ ।
ଚିହ୍ନା ଲୋକ ଆଉ,
ଚିହ୍ନା ଜଣା ଲୋକ,
ମିଶୁଥିଲେ ଆଉ ହାତ ହଲାଇ –
ପ୍ରାତଃ ଅଭିନନ୍ଦନ କରୁ ଥିଲେ ।

(୨)

ପ୍ରାତଃ ଭ୍ରମଣ ରୁ ଫେରିଲା ବେଳକୁ,
ସମ୍ପୂର୍ଣ୍ଣ ଭାବରେ ଦିନ ହୋଇ ଯାଇ ଥାଏ ।
ପୁର୍ବ ଦିଗରେ ଲାଲବର୍ଣ୍ଣର,
ପୂର୍ଣ୍ଣ ସୂର୍ଯ୍ୟ ଉଇଁ ଆସୁ ଥାନ୍ତି,
କି ସୁନ୍ଦର ସେ ଲାଲ ବର୍ଣ୍ଣ,
କି ସୁନ୍ଦର ଶୋଭା ପରିବେଶର,
ସେ ଲାଲ ରଙ୍ଗରେ ସ୍ନାନ କରି;
ଦେଖୁ ଥିଲେ ଦେଖୁଥିବାକୁ ଇଚ୍ଛା ହୁଏ ।
ଧିରେ ଧିରେ ଉଠି ଆସୁଥିବା,
ବାଳ ରକ୍ତ ରଞ୍ଜିତ ସୂର୍ଯ୍ୟଙ୍କର,
ଆଭା ବିଛୁରିତ ହୋଇ ଯାଏ,
ଆଉ ଗରମ ପୋଷାକ ପିନ୍ଧି ରଖିବାକୁ;
ଇଚ୍ଛା ହେଉ ନାହିଁ ଦେହରେ ।
ଅନ୍ଧାରରେ ଯେଉଁ କୁହୁଡି ସବୁ,
ଜମି ରହିଥିଲା ଧୂଳି କଣାରେ,
ସୂର୍ଯ୍ୟଙ୍କର ରଶ୍ମି ବାଜି,
ବାୟୁ ମଣ୍ଡଳ କୁହୁଡି ଶୂନ୍ୟ ହୋଇଯାଏ ।
ଟିକିଏ ଆଗକୁ ବଢିବା ପରେ,
ଦେଖା ହେଲା ଅନେକ ଦୃଶ୍ୟ,
ଯେଉଁ ଗୁଡିକ ଗଲା ବେଳକୁ,
ଅନ୍ଧାରରେ ଅଦୃଶ୍ୟ ହୋଇ ରହିଥିଲା ।
ରାସ୍ତା କଡର ଢାବା ସବୁ,
ପାନ ଦୋକାନ ସବୁକୁ,
କିଏ ରାତିରେ ଧ୍ଵସ୍ତ ବିଧ୍ଵସ୍ତ କରି ଦେଇଛି ।
କବାଡି ବାଲା ସେହି ଭଂଗା ଭିତରେ
ଏବେବି ନିର୍ବିଘ୍ନରେ ଶୋଇଛି ।
ବୁଲା କୁକୁର ଟା ତା ସଙ୍ଗେ
ଲାଗି ଯାଇ ନିର୍ବିଘ୍ନରେ ଶୋଇଛି ।
ଅନେକ ଦେଖଣାହାରି ଆସି,
ଧିରେ ଧିରେ ଘେରି ଯାଇଛନ୍ତି ।
ଗଲା ବେଳକୁ କିନ୍ତୁ କେହି ନ ଥିଲେ ।
ଗତ କାଲି ବି.ଏମ.ସି ର ଲୋକ,
ଆସି ଭାଙ୍ଗିଛନ୍ତି ଏ ଅବାଞ୍ଛିତ,
ଭାବରେ ଗଢି ଉଠିଥିବା ବେଦଖଲକୁ ।
ଏ କିନ୍ତୁ କିଛି ନୂତନ ଦୃଶ୍ୟ ନୁହେଁ,
କି ନୂତନ ଘଟଣା ନୁହେଁ,
ବାରମ୍ବାର ଅନେକ ବାର ଭାଙ୍ଗିଛନ୍ତି
ବି.ଏମ.ସି ଏମାନଙ୍କ ଘର ।
କିନ୍ତୁ ପୁଣି ଗଢି ଉଠିଛି ନିର୍ବିଘ୍ନରେ,
ପୁଣି ଥରେ କେବଳ ଦୁଇ ଚାରି ଦିନ ଅନ୍ତର ।
ବଢି ଗଲି ଆଗକୁ, ବିଦ୍ୟାଳୟ ଖୋଲି ଗଲାଣି,
ନିଜ ନିଜର ପିଲାଙ୍କୁ ଧରି ବାପା ମାନେ,
ଛାଡି ଯାଉଛନ୍ତି କେତେ ଯତ୍ନରେ ।
ଆମ ପିଲାଦିନେ କିନ୍ତୁ ଏପରି ନଥିଲା,
ଆମେ ସବୁ ନିଜେ ନିଜେ ପଢିବାକୁ ଯାଉଥିଲୁ ।
ସମୟ ପରିବର୍ତ୍ତିତ ହୋଇ ଯାଇଛି,
ପିତା ମାତାଙ୍କର କର୍ତ୍ତବ୍ୟ ବଢି ଯାଇଛି,
ସନ୍ତାନ ମାନଙ୍କ ପ୍ରତି କିନ୍ତୁ,
ସନ୍ତାନ ମାନଙ୍କ କର୍ତ୍ତବ୍ୟ କମି ଯାଇଛି ।
ବଢି ଗଲି ଆଗକୁ, କୁକୁରଙ୍କ ଦଳ,
ଫିଙ୍ଗା ଯାଇଥିବା ମଇଳା ସବୁକୁ
ଟାଣି ଆଣି ମଝି ରାସ୍ତାରେ ଫିଙ୍ଗିଛନ୍ତି ।
ଗାଇ ମାନେ ଉଠି ଗଲେଣି,
କିନ୍ତୁ ରାସ୍ତା ଟାକୁ ଗୁହାଳ କରି ଦେଇଛନ୍ତି ।
ଫେରିଥିଲି ଘରକୁ ପ୍ରାତଃ ଭ୍ରମଣ ସାରି,
ମୋ ନୂତନ ନିର୍ମିତ ଘରଟାକୁ,
ପାଖ ପଡୋଶୀ ଲୋକଟି ଠିଆ ହୋଇ,
ନିର୍ଣ୍ଣିମେଶ ନୟନରେ ଚାହିଁ ରହିଥିଲା ।
ସାରା ଜୀବନର ସଂଚିତ ଅର୍ଥରେ,
କରିଛି ଘର ଟାକୁ ଭଲରେ ରହିବାକୁ ଦିନକେତେ,
କିନ୍ତୁ ତା ଊପରେ ବି ଲୋକଙ୍କର କୁ ନଜର ! ! !

ଲୋକପ୍ରିୟ ଲେଖା

To Top