କବିତା

ପ୍ରଭାତ

Anirudha Senapati's odia poem Prabhaata

ଅନ୍ଧକାର ଅରଣ୍ୟରେ ଜ୍ଞାନ ର ମଶାଲ ଜାଳି
ସ୍ଵପ୍ଣହୀନ ଆକାଶରେ ଅସୁମାରୀ ଆଷାଦିଏ

ପ୍ରଭାତ

ପକ୍ଷୀର ପଞ୍ଚମ ତାନ ପ୍ରଭାତେ ସଂଗୀତ ସମ
ମମ ହୃଦ ଦେଶ କରେ ସୁନ୍ଦର ମଙ୍ଗଳମୟ
ନିଦ୍ରା ତେଜି ଅବଧୂତ ମନ ଧ୍ୟାନେ ଅବସ୍ଥିତ
ସଂସାର ମାୟା ଟି କାହିଁ ହୁଏ ଅପସାରିତ
ଦିଗବଳୟେ ପ୍ରସ୍ଫୁଟିତ ଲୋହିତାଂଶୁ ଅରୁଣିମା
ନିଭୃତ ମନ ମନ୍ଦିରେ ଜାଳେ ଏକ ଦୀପଶୀଖା

ଅନ୍ଧକାର ଅରଣ୍ୟରେ ଜ୍ଞାନ ର ମଶାଲ ଜାଳି
ସ୍ଵପ୍ଣହୀନ ଆକାଶରେ ଅସୁମାରୀ ଆଷାଦିଏ
ଈଶ୍ୱରର ଆଶୀର୍ବାଦ ଫୁଲ ହୋଇ ଗୁଳ୍ମ ଡାଳେ
ଆଶିଷର ମୃଦୁହାସ୍ୟଏ ଲାସ୍ୟମୟି ହୋଇଉଠେ
କର୍ମର ଆହ୍ୱାନରେ ମନୁଷ୍ୟର ଚେତନା ଯେ
କଳ କଳ ନାଦ କରି ଲକ୍ଷପଥେ ବହିଯାଏ

ଲୋକପ୍ରିୟ ଲେଖା

To Top