କବିତା

ପ୍ରଭାତ ଗୀତି

Ashutosh Meher's odia poem Prabhaata Geeti

ପ୍ରଭୂଙ୍କ ମହିମା ପ୍ରକୃତି ଆଶୀଷ
ଆଲୁଅ ହୋଇକି ବହେ,
ମଣିଷ ଆମେ ତା ସାଇତି ରଖିବା
ଏ କଥା ଆମକୁ କହେ ।।

ପ୍ରଭାତ ଗୀତି

।ଏକ।

ପୂରୁବ ଆକାଶେ ସୁନେଲି କିରଣ
ସକାଳ ସୂରୁଯ ଢାଳେ,
କି ସୁନ୍ଦର ଦିଶେ ସକାଳ ଖରା
ଲୁଚି ଛପି ଗଛ ଡାଳେ।

ପ୍ରଭୂଙ୍କ ମହିମା ପ୍ରକୃତି ଆଶୀଷ
ଆଲୁଅ ହୋଇକି ବହେ,
ମଣିଷ ଆମେ ତା ସାଇତି ରଖିବା
ଏ କଥା ଆମକୁ କହେ ।।

।ଦୁଇ।

ସକାଳ ହୋଇଲା ସୂରୁଯ ଢାଳଇ
ସୁନେଲି ଆଲୁଅ ଧାରା,
ହସେ ଏ ସଂସାର ହସେ ଜନପଥ
ହସର ଜୁଆରେ ଭରା ।

ଏହି ହସେ ସାରା,
ଜଗତ ଟା’ ବନ୍ଧା
ଜଗତନାଥଙ୍କ,
ଏହା ହିଁ ବାରତା ପରା !!

 

ଲୋକପ୍ରିୟ ଲେଖା

To Top