କବିତା

ପ୍ରକୃତି ମିତ୍ର ‘ବୃକ୍ଷ’ ଉପରେ ତିନୋଟି କବିତା

Ramakant Mishra's odia poem Prakruti mitra bruksh upare tinoti kabitaa

ମଣିଷ ଠାରୁ ଅଧିକ ସିଏ
ବଞ୍ଚିଥାଇ ଯାହା ସବୁ
ଲାଭ ଦିଏ ବୃକ୍ଷଟିଏ
ମଲାପରେ ବି ଦେଇଯାଏ

ପ୍ରକୃତି ମିତ୍ର 'ବୃକ୍ଷ' ଉପରେ ତିନୋଟି କବିତା

ବୃକ୍ଷଟିଏ

ବୃକ୍ଷଟିଏ ମଣିଷଟିଏ
ବୃକ୍ଷଟିଏ
ମଣିଷ ଠାରୁ ଅଧିକ ସିଏ
ବଞ୍ଚିଥାଇ ଯାହା ସବୁ
ଲାଭ ଦିଏ ବୃକ୍ଷଟିଏ
ମଲାପରେ ବି ଦେଇଯାଏ
ସବୁ ଆମରି
କାମରେ ଲାଗେ
ମଣିଷ ଟିଏ
ମଲା ପରେ ପଚିଯାଏ
ପରିବେଶକୁ
ଦୂଷିତ କରିବା ଛଡା
କ’ଣ ବା ଆଉ କରେ ?
ତେଣୁ ବୃକ୍ଷଟିଏ
ମଣିଷ ଠାରୁ ଅଧିକ ସିଏ

ବଞ୍ଚିଥିବା ଯେତେଦିନ
କରିଥିବା ଏହି ପଣ
ଲଗାଇବା ଜୀବନରେ
ଅନେକ ବୃକ୍ଷ
କିଛି ନ ହେଲେବି
ମଲାପରେ ହେବ
ଆମ ଜୁଇର କାଠ ।

ରାସ୍ତା କଡ଼ ଗଛ

ରାସ୍ତା କଡରେ
ସେ ପୁଣି ଫଳ ଗଛ
ଆମ୍ବ ଗଛ,
ଜାମୁ ଗଛ,
ପଣସ ଗଛ ଆଦି
ଏଇଟା ଏବେକାର
ରାସ୍ତା ନୁହେଁ
କେଉଁ ପୁରୁଣା କାଳିଆ
ରାଜା ଅମଳର ରାସ୍ତା
ସେତେବେଳେ ରାଜାମାନେ
ଭାବୁ ଥିଲେ, ବୁଝୁ ଥିଲେ
ପ୍ରଜା ମାନଙ୍କ କଥା
ଗଛ ଛାଇ ଦିଏ
ଗଛ ଫଳ ଦିଏ
ଗଛ ଅମ୍ଳଜାନ ଦିଏ
ଗଛ ପରିବେଶକୁ
ଉନ୍ନତ କରେ
ଗଛ ଅଙ୍ଗାରକାମ୍ଳକୁ
ଶୋଷିନେଇ ଆମକୁ
ନୂତନ ଜୀବନ ଦିଏ
ପରିବେଶକୁ ସତେଜ କରେ
ଆଗକାର ରାଜାମାନେ
ଗଛ କଥା ବୁଝୁ ଥିଲେ
ଗଛ ପାଇଁ ଲୋକ ରଖିଥିଲେ
ଲୋକମାନେ ବି ବୁଝୁ ଥିଲେ
ଏ ଗଛ ଆମର ଆଉ ଆମ ପାଇଁ ।
ରାସ୍ତା କଡ଼ ଫଳ ଗଛ
ଫଳ ବିଶେଷ ଦିଏ ନାହିଁ
କାରଣ ତାହା ସଭିଙ୍କ ଦୃଷ୍ଟିରେ
ସବୁ ବେଳେ ରହି ଥାଏ
ଲୋକଙ୍କ ଦୃଷ୍ଟିର ଆଢୁଆଳ
ନ ହେଲେ ଭଲ ଫଳ ଫଳେ ନାହିଁ ।
କିନ୍ତୁ ରାସ୍ତା କଡ଼ ଗଛ
ଛାଇ ଦିଏ ଗରମ ଦିନରେ
ମନ ଖୁସି କରି ଦିଏ ଖରାରେ
ବାଟୋଇ ଦଣ୍ଡେ ଅଟକି ଯାଏ ।
ଗଛ ବଡ଼ ଉପକାରୀ
ପୁଣି ରାସ୍ତା କଡ଼ ଗଛ ?
ସେ ତ ଜାଗ୍ରତ ପ୍ରହରୀ ।
ଏବେ ଆମ ସରକାର
ରାସ୍ତା କଲେ ପ୍ରଶସ୍ତ
ଗଛ ସବୁ କାଟି ଦେଲେ
ରାସ୍ତା ତିଆରି ସମୟରେ
ତା ପରେ ଆଉ ବଡ଼ ଗଛ
ଲଗା ହେଲା ନାହିଁ
ଦୁଇ ରାସ୍ତା ମଝିରେ
କନିଅର ଗଛ
କି କାମରେ ଲାଗିବ ସେ ?
ବୁଝିଲୁନି ଆମେ ଓ
ଆମ ସରକାର
ଗଛ କଲେ ପଦା
ରାସ୍ତା ହେଲା ପ୍ରଶସ୍ତ
ଦୂରୁ ଦିଶେ ବିସ୍ତୀର୍ଣ୍ଣ
ମରୁଭୂମି ପରି
ଖରା ଦିନେ ଟିକିଏରେ
ବାଟୋଇ ଯାଏ ପଡି
ଚେତା ଯାଏ ବୁଡି
ଗଛ ଗୋଟାଏ ନାହିଁ ।
କରୁ ଆମେ ଆଲୋଚନା ଚକ୍ର
ପରିବେଶ ଉନ୍ନତି ପାଇଁ
ବସି ଏସି ପ୍ରେକ୍ଷାଳୟରେ
ଗଛ ଲଗା ହେବ
ତା ପୁଣି ଖାଲି ଚିତ୍ରରେ
ଆଉ ଜାଗା ଅଛି ଯେ
ଗଛଟିଏ ଲାଗିବ ???

ବୃକ୍ଷ

ବୃକ୍ଷ ଆମ ଭଗବାନ
ବୃକ୍ଷ କୁ କରୁ ଆମେ ପୂଜା
ବେଲ, ନିମ୍ବ, ଅଶ୍ୱସ୍ଥ,
ବର, ଆମ୍ବ, ପଣସ, ପିଜୁଳି
ଏବଂ ଆହୁରି ଅନେକ
ସବୁ ଅଟେ ସ୍ୱାସ୍ଥ୍ୟ ପ୍ରଦାୟକ ।

ଆମ ଦେବତା ଦାରୁ ବ୍ରହ୍ମ
ନିମ୍ବ ବୃକ୍ଷରେ ଶରୀର ତାଙ୍କର
ତେଣୁ ଥରେ ଜୋଡା ଅଷାଢ଼ରେ
ଛାଡ଼ନ୍ତି ସେ ଶରୀର
କୋଇଲି ବୈକୁଣ୍ଠ ତାଙ୍କ
ଶ୍ମଶାନ ଘର ।

ସବୁ ବୃକ୍ଷ ଦିନରେ ଛାଡ଼ନ୍ତି ଅମ୍ଳଜାନ
ଗ୍ରହଣ କରିଥାନ୍ତି ବିଷାକ୍ତ ଅଙ୍ଗାରକାମ୍ଳ
ନିଜେ ବୃକ୍ଷ ପାନ କରେ ବିଷ
ଆମକୁ ଦିଏ ଅଶେଷ ଆୟୁଷ
ଅମ୍ଳଜାନ ଆମ ପ୍ରାଣବାୟୁ
ନେଇ ତାହା ବଢା଼ଉ ଆୟୁ ।

ଅଶ୍ୱସ୍ଥ ବୃକ୍ଷର ପୂଜା ଆଦି କାଳରୁ
ଦିଏ ତାହା ଅମ୍ଳଜାନ ଦିବା-ରାତ୍ରରୁ
ପ୍ରତି ଶୁଭ କାର୍ଯ୍ୟରେ ଆମ୍ବ ଡାଳ
ଘରେ ଘରେ ବସିଥାଏ କଳସ ଉପର
ବରକୋଳି ପତ୍ର ଆଉ ଦୁବ
ବ୍ୟବହୃତ ହୁଏ ପୂଜାରେ ସର୍ବ
ପ୍ରତି ବୃକ୍ଷ ର ଅନେକ ଗୁଣ
ଦିଏ ଆମକୁ ଫୁଲ, ଫଳ ଓ ପ୍ରାଣ ।

ନ ବୁଝି ନିର୍ବୋଧ ମଣିଷ
ନିର୍ବୋଧରେ କାଟି ଚାଲିଛି ବୃକ୍ଷ
ବୃକ୍ଷଟିଏ ନଷ୍ଟ କଲେ ଯାହା
ନରହତ୍ୟା ଦୋଷ ପରି ତାହା
ନରହତ୍ୟା ଦୋଷରୁ ନୁହେଁ ତ ଉଣା
ବୁଝିବ ଏ କଥା କେବେ ମଣିଷ କୁ ଜଣା !
ବୁଝୁ ବୁଝୁ ଆଉ କେହିତ ନ ଥିବେ
ଏକର ପ୍ରାୟଶ୍ଚିତ ଅନେକେ କରିବେ
ବେଳ ଥାଉ ଥାଉ କର ବୃକ୍ଷ ପୂଜା
ସୃଷ୍ଟି କର ବୃକ୍ଷ ହହେବା ଯାଏ ଅଜା
ବୃକ୍ଷ ହିଁ କେବଳ ଆମ ଜୀବନ ସାଥି
ସେବାରେ ତାର ଏ ଜୀବନ ଯାଉ ବିତି ।

ଲୋକପ୍ରିୟ ଲେଖା

To Top