କବିତା

ପ୍ରଶାସନ ପୋଷା ପାରା

Er Bidyadhar Panda's odia poem Prashaasan Poshaa Paaraa

ଦୁଆର ଦୁଆର ଭୋଓଟ ମାଗିବେ
କାନ୍ଦି କୁମ୍ଭୀର କାନ୍ଦଣା
ଥୋମଣୀରେ ତାଙ୍କ କହୁଣୀ ବାଜିବ

ପ୍ରଶାସନ ପୋଷା ପାରା

ସ୍ୱାଗତ ଆନ୍ନା’ଜୀ ଉତ୍କଳ ମାଟିରେ
ଧର ଆନ୍ଦୋଳନ ମଙ୍ଗ
କୀଟନାଶ ପିଇ କୃଷକ ମରିଲେ
ନେତାଏ କରନ୍ତି ବ୍ୟଙ୍ଗ
ସମୟ ଆଗକୁ ସଠିକ ଆସୁଛି
ନେତାଏ ପେଲିବେ ଘଣା
ଦୁଆର ଦୁଆର ଭୋଓଟ ମାଗିବେ
କାନ୍ଦି କୁମ୍ଭୀର କାନ୍ଦଣା
ଥୋମଣୀରେ ତାଙ୍କ କହୁଣୀ ବାଜିବ
ଚଳିବନି ଅଭିନୟ
ଗର୍ବ ଅହଂକାର ଚୁନା ହୋଇଯିବ
କୃଷକ ହେଲେ ନିର୍ଦ୍ଧୟ
ରାଇଜର ଚାଷୀ ହତାସ ନିରାଶ
କେ’ନୁହେଁ ଭରସା ପାତ୍ର
ସଂକୀର୍ଣ୍ଣ ହୃଦୟ ନେତାଙ୍କ ରାଜୁତି
ଦୁଃର୍ନ୍ନିତି ଖୋର ଚରିତ୍ର

କେନ୍ଦ୍ର ନ୍ୟୁନତମ ମୂଲ୍ୟରେ କନ୍ଦାଏ
ରାଜ୍ୟେ କିଏ ପଚାରୁଚି ?
ନିମ୍ନ ମାନଯୁକ୍ତ ଔଷଧ ଦେଇକି
କୃଷକ ସଙ୍ଗେ ଖେଳୁଚି
ନେତାଙ୍କର ମୁହଁ ଫୁଟାଣୀକୁୁ ଦେଖ
ଚାଷୀଙ୍କୁ କରନ୍ତି ପକ୍ଷ
ପଦୁଅଁ ଫୁଲର ଥିଲା ବୃନ୍ଦା ସାହୁ
କହି ଚାଲିଗଲେ ଯକ୍ଷ
ଯେତେ ବି ମାଠିଲେ ଦରପୋଡ଼ା କାଠ
ଅଙ୍ଗାର କି’ହେବ ଧଳା ?
ଚାଷୀହିତ ଅଣଦେଖାରୁ ଏଥର
ଶଙ୍ଖ ଖାଇବ ତ୍ରିଫଳା
କୃଷି କର୍ମଣର ପୁରଷ୍କାର କିଣି
ଛାତି କଲେ କୁଣ୍ଢେ ମୋଟ
ଘରବୁଡ଼ି ପାଣି ଆଣ୍ଠିଏ ହେଲାଣି
ତଥାପି ଦିଶୁନି ବାଟ

ପଟିକିଆ ପ୍ରେମ ପରିବାର କଳି
ମଦ ନେଉଛି ଜୀବନ
ବିରୋଧି ନେତାଙ୍କ ରାଜନିତି ଖେଳ
ଡ଼ାହା ମିଛ ପ୍ରବଚନ
ଅଗଣିତ ଦିନ ତଦନ୍ତ ଚାଲୁଛି
ଫଳାଫଳ ଆସେ ଶୁନ
ଇତିଶ୍ରୀ ମାମଲା ବୁଝାଏ ରାଇଜେ
ମାଆ ମାଟିର ସମ୍ମାନ
ଏମିତି କଥାକୁ ଶୁଣି ବର୍ଷ ବର୍ଷ
କାନ ହେଲାଣି ବଦ୍ଧିରା
ଗଣ ମାଧ୍ୟମ କୁ ବୁଦ୍ଧିଜୀବି ଚିନ୍ତା
ପ୍ରଶାସନ ପୋଷା ପାରା

ଲୋକପ୍ରିୟ ଲେଖା

To Top