କବିତା

ପ୍ରତୀକ୍ଷା

Minakshi debi's odia poem Pratikhya

କଳ୍ପନାର ଫୁଲ ଫୁଟିଯାଏ ମନ କାନନେ
କାମନାର କଇଁ ହସୁଥାଏ ଧୀର ପବନେ
ମିଳନର ସୁଖ ନ ମିଳିଲେ ବି ତ
ସପନରେ ମନ ହଜିଯାଏ ।

ପ୍ରତୀକ୍ଷା

ପଥ ଚାହିଁବାରେ କେତେ ସୁଖ ମିଳେ
ଜାଣେ ଯିଏ ପଥ ଚାହିଁଥାଏ
ପ୍ରତୀକ୍ଷାର ଫଳ ନ ମିଳିଲେ ବି ତ
ପ୍ରତୀକ୍ଷାରେ ଦିନ ସରିଯାଏ ।

କଳ୍ପନାର ଫୁଲ ଫୁଟିଯାଏ ମନ କାନନେ
କାମନାର କଇଁ ହସୁଥାଏ ଧୀର ପବନେ
ମିଳନର ସୁଖ ନ ମିଳିଲେ ବି ତ
ସପନରେ ମନ ହଜିଯାଏ ।

ପୂର୍ଣ୍ଣ ହୁଏ ଯା’ର ପରଶରେ ଶୂନ୍ୟ ଜୀବନ
ନାଆଁ ତା’ର ପ୍ରୀତି ଜୀବନର ମଧୁଲଗନ
ମନର ମଣିଷ ବୁଝେ ଯେବେ ମନ
ପ୍ରତୀକ୍ଷାର ପରା ଶେଷ ହୁଏ ।

ଲୋକପ୍ରିୟ ଲେଖା

To Top