କବିତା

ପ୍ରତୀକ୍ଷା

Nrushingha Tarai's Odia Poem PRATIKHYAA

କ୍ଷେତରୁ କ୍ଷେତ ଆଉ
ଗାଆଁ ଠୁ ଗୋହିରୀ
ସାଧବବୋହୂର ଧୂଳିଘର
ସୋରିଷ କିଆରି ପାଟ,
ନଇଁ ଆସେ ତା’ ଉପରେ
ହଜିଲା ଅତୀତ ।

ପ୍ରତୀକ୍ଷା

କ୍ଷେତରୁ କ୍ଷେତ ଆଉ
ଗାଆଁ ଠୁ ଗୋହିରୀ
ସାଧବବୋହୂର ଧୂଳିଘର
ସୋରିଷ କିଆରି ପାଟ,
ନଇଁ ଆସେ ତା’ ଉପରେ
ହଜିଲା ଅତୀତ ।

ପଶିଆସେ ଆକସ୍ମିକତାରେ
ଫଗୁଣର ବନ୍ୟା
ତମ ଦେହ ବାସ୍ନା ଆଉ
ବାସ୍ନାର କରକା
ପାଏ ନାହିଁ ଏକାନ୍ତରେ କିନ୍ତୁ
ଗୋପନରେ ଖୁବ୍ ଆବେଶରେ
ମୋତେ ମୁଁ ନିଜକୁ
ତମରି ଭିତରେ
ନାଲି ନେଳି ପବନର
ବହଳ ଛାଇରେ ।

ଏକା ଆଜି ଏକାଏକା
ଖୁବ୍ ଏକାନ୍ତରେ
ନିର୍ଜନ ନିଷିଦ୍ଧ
ଶୂନ୍ୟପଥ, ଶୂନ୍ୟ ଦିଗ୍‌ବଳୟେ
ପ୍ରତୀକ୍ଷା. . .
ତମକୁ, “ହେ ମୋର
ସ୍ୱପ୍ନର ନାୟିକା !”

ଲୋକପ୍ରିୟ ଲେଖା

To Top