କବିତା

ପ୍ରତୀକ୍ଷା

Nrushingha Tarai's odia poem Pratikshyaa

ବର୍ଷ ଆଉ ମାସ
ସମୟର ଅନେକ ମୁହୂର୍ତ୍ତ-ଯାଇଛନ୍ତି ଚାଲି
ଆକାଶରୁ ମେଘ
ଗଛରୁ ପତର

ପ୍ରତୀକ୍ଷା

ପ୍ରତିଶ୍ରୁତି ଦେଇଥିଲ ମୋତେ
ମୋ ଅଝଟ ପଣକୁ ବୁଝେଇ
ଗଢ଼ିଦେବ ସୁନାଚାନ୍ଦ
ରୂପାର ନଗରୀ
ଖାଇବାକୁ ଘିଅ ମହୁ
ପିନ୍ଧିବାକୁ ପାଟ ପିତାମ୍ୱରୀ
ଆଶିବ ନିଶ୍ଚୟ
ମୋ ଓଠରେ ଓଠ ଥାପି
ସରାଗରେ ସ୍ନେହ ଢାଳି ଦେବ ।

ବର୍ଷ ଆଉ ମାସ
ସମୟର ଅନେକ ମୁହୂର୍ତ୍ତ-ଯାଇଛନ୍ତି ଚାଲି
ଆକାଶରୁ ମେଘ
ଗଛରୁ ପତର
ଛୁଇଁଛନ୍ତି ବେଳାଭୂଇଁ-ଅନେକ ଜୁଆର
ଦିଗ୍ବଳୟ କେତେ ଯେ ସୂର୍ଯ୍ୟାସ୍ତ
ଆମେ ସବୁ ଚାହିଁଅଛୁ
ଅନେକ ଦିନରୁ-ରାତି ପରେ ଆସୁଥିବା
ସକାଳର ସୂର୍ଯ୍ୟଙ୍କୁ ଅନେକ ମଣିଷ ।

ଲୋକପ୍ରିୟ ଲେଖା

To Top