କବିତା

ପ୍ରେମ

Chandrabhanu Malik's Odia Poem PREMA

ପ୍ରେମ
ପାହାନ୍ତି ସକାଳକୁ
ଘେରି ରଖିଥିବା
ଶୀତଳ ଶିଶିର ବିନ୍ଦୁ,
ବୁନ୍ଦାଟା ସ୍ପର୍ଶରେ ଶିହରଣ ହୁଏ
ଉଚ୍ଛୁଳଇ ପ୍ରୀତି ସିନ୍ଧୁ

ପ୍ରେମ

ପ୍ରେମ. . .
ପାହାନ୍ତି ସକାଳକୁ
ଘେରି ରଖିଥିବା
ଶୀତଳ ଶିଶିର ବିନ୍ଦୁ,
ବୁନ୍ଦାଟା ସ୍ପର୍ଶରେ ଶିହରଣ ହୁଏ
ଉଚ୍ଛୁଳଇ ପ୍ରୀତି ସିନ୍ଧୁ. . .

ପ୍ରେମ. . .
ଅଦିନିଆ ଝଡ଼ ବତାସରେ
ହସିଖେଳି ଲୁଚିଯାଉଥିବା
ଚଞ୍ଚଳା ଚପଳାର ଝଲକ,
ଟିକି ଚମକରେ ଛାତି ଚହଲିଯାଏ
ଭୟଭୀତ ଲାଗେ କ୍ଷଣିକ. . .

ପ୍ରେମ. . .
ତୋଫାତୋଫା ଜହ୍ନରାତିର
ଜ୍ୟୋତ୍ସ୍ନାରେ ଭିଜି
ଲାଜ ଖେଳୁଥିବା କୁଆଁରୀ ଫୁଲ,
ସୁବାସେ ସଭିଙ୍କ ମନ ମୋହି ନିଏ
ସଭିଏଁ କରନ୍ତି ଗେଲ. . .

ଲୋକପ୍ରିୟ ଲେଖା

To Top