ବୟସର କୃଷ୍ଣଚୂଡ଼ା ସିନା
ଫୁଟିକି ଯାଉଛି ମଉଳି
ପ୍ରେମ କିନ୍ତୁ ମଉଳି ନ ଥାଏ
ସେ ତ ତାଜା ଗୋଲାପର କଳି ।।
ପ୍ରେମରେ ନିହିତ ସତ୍ୟ, ଶିବ
ସୁନ୍ଦର ଶବ୍ଦ ପବିତ୍ର
ନ ଥାଏ କଳଙ୍କି ତହିଁ, ଏ ତ
ବିସ୍ତୃତ ଏଠି ସେଠି ସର୍ବତ୍ର ।।
ଜୀବନଟା ନ ଲାଗେ ସୁନ୍ଦର
ଯା ହୃଦେ ନ ଥାଏ ଟି ପ୍ରେମ
ଅଢେଇ ଅକ୍ଷରରେ ଗଢ଼ା ଏ
ବାନ୍ଧି ରଖେ ସ୍ନେହ ବନ୍ଧନ ।।
ହସ, ଖୁସି, ମାନ, ଅଭିମାନ
କରିଥାନ୍ତି ପ୍ରେମ ବୃକ୍ଷେ ବସା
ଅନ୍ୟ କିଛି ନୁହଁ ଏଇ ପ୍ରେମ
ଅଟେ ଖାଲି ଜିଇଁବାର ଆଶା ।।