କବିତା

ପ୍ରେମର ଫଲ୍ଗୁ

Rahas Kumar Behera's odia poem Premara Falgu

କେମିତି ସେ ଆନ୍ତରିକତା ଗଭୀର ରାତିର
ନିଶାସକ୍ତ ମଣିଷର କାମୁକ ପଣିଆ
କ୍ଷତକର ମୋର ରକ୍ତବାହି ଧମନୀ
ସ୍ଥାଣୁତା ଜାବୁଡି ଧରେ ତୁମ ବାହୁବଳେ ।

ପ୍ରେମର ଫଲ୍ଗୁ

ପ୍ରେମର ଫଲ୍ଗୁ
ଭାବନାର ଚୌକସେ
ଆଙ୍କିଛି ସପନ ,ତୁମେ ପରା ସେଇ ମୋ ମନର ସୌଦାଗର
ଆଜି କିଦେଇ ତୋଷିବ ହୃଦୟ ଅବା
ସିନଥିରେ ଭରିବ ଫଗୁଣର ସୁନ୍ଦର ପଳାସ
ଅବିରରେ ଗାଧୋଇବ କାହାଣୀ ମୋହର ।

କେମିତି ସେ ଆନ୍ତରିକତା ଗଭୀର ରାତିର
ନିଶାସକ୍ତ ମଣିଷର କାମୁକ ପଣିଆ
କ୍ଷତକର ମୋର ରକ୍ତବାହି ଧମନୀ
ସ୍ଥାଣୁତା ଜାବୁଡି ଧରେ ତୁମ ବାହୁବଳେ ।

ଆସ ଏବେ ନିରୋଳାରେ
ପୂର୍ବ ଦିଗେ ଅଂଶୁମାନ ବିଛୁରିତକର
ପ୍ରସାରିଦିଅ କରାଗରେ ଆଙ୍କିଦିଏ ଉଷ୍ମତାର କୋମଳ ଚୁମ୍ବନ
ପ୍ରସ୍ପୁଟିତ ଆକାଂକ୍ଷା ମୋ ଲାଜୁକୁଳି କମଳସମ
ହୃଦୟ ପାଖୁଡା ଝୁରେଯେଣୁ
କେଉଁକାଳୁ ଅୟୁତ ଯୁଗରୁ ।

କେମିତିଏ ଅପୂର୍ବ ମିଳନ
ଦୂର ବଳୟରେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତେ
କାମୁକ ପଣେ ସୃଷ୍ଟି ଯାହା ଲେଖିଛି ସମ୍ପର୍କର ସଂଜ୍ଞା
ପ୍ରାଚୀ ତଟେ ଚନ୍ଦ୍ରମା ମନେ ନିତି ପ୍ରଫୁଲିତ
ପ୍ରତୀକ୍ଷା ହୋଇଯିବ ଶେଷ
ଅପୂର୍ବ ଏ ଭଲପାଇବା କବକ୍ତ(କଇଁ) କାନିରେ ।

କେଡେ ସୁନ୍ଦର ଆମେ ,ଆମ ଚାରିପାଖ
ଖାଲି ମିଠା ମିଠା ପ୍ରେମର ପତ୍ରାଳାପ
ଈଶ୍ୱର ଧନ୍ୟ , କବିତା ମୋ ଧନ୍ୟ
ଆଙ୍କିଛି କାହାଣୀ ଗୋଟେ ଜନମାନସରେ
ସୁଖ ଦୁଃଖର ମିଳନ ଏ ଅଲୌକିକ/
ଆମାୟିକ ପ୍ରୀତିର ଝଲକ ।

ଲୋକପ୍ରିୟ ଲେଖା

To Top