କବିତା

ପ୍ରେମିକାର ସଂଜ୍ଞା : ଏଇ ପ୍ରେମ ଋତୁରେ

Anasuya Jena's odia poem Premikaar Sangyaa Ei Prema Rooture

ମନରେ ମନରେ
ଚନ୍ଦନ ବନର ମହକ ଛୁଟାଇ
ମତୁଆଲା ଗୀତର
ସୁର -ଲହରୀ ଧରିଥିବା ବୁଲବୁଲ ସିଏ

ପ୍ରେମିକାର ସଂଜ୍ଞା : ଏଇ ପ୍ରେମ ଋତୁରେ

ଦୂର ଦିଗବଳୟ ରେ ଡେଣା ଝାଡ଼ି
ଅପହଞ୍ଚ ମନେ ହେଉଥିବା
ଦିନେ ପୁଣି ହାତ ପାଆନ୍ତା ରେ
ଧରା ଦେବା ପକ୍ଷୀଟିଏ ପ୍ରେମିକା ।

ମନରେ ମନରେ
ଚନ୍ଦନ ବନର ମହକ ଛୁଟାଇ
ମତୁଆଲା ଗୀତର
ସୁର -ଲହରୀ ଧରିଥିବା ବୁଲବୁଲ ସିଏ
ବେଳକୁ ବେଳ ମୋହାଚ୍ଛନ କରୁଥିବା
ଉଆଁସୀ ରାତି ସିଏ ।

କେତେବେଳେ ପେନ୍ଥା ପେନ୍ଥା ଫୁଲ ହେଇ
ଖେଳୁଥାଏ ତା ରୂପ ସମ୍ଭାର
କବିତାର ସୁନେଲି କିଆରୀରେ ,
ପୁଣି କେବେ କ୍ଷତାକ୍ତ ହେଉଥାଏ
ତା’ ତନୁ ବଲ୍ଲରୀ
ଅଜାଣତେ ଶିଳ୍ପୀର ନିହାଣ ମୂନରେ
ଫୁଟୁଥିବା ଅକଳନ ମୂର୍ତ୍ତି ସବୁ ପରେ ।

ଆଶା ର ମୁଠା ମୁଠା
ବାଲୁକା ରାଶି ସଞ୍ଚି
ଅବଗୁଣ୍ଠନ ତଳେ ପ୍ରତୀକ୍ଷ୍ୟମାଣ ଯିଏ
ତୃଷିତ ହୃଦୟର ଅସୁମାରୀ ସ୍ୱପ୍ନ ସଂଗେ
ଘର କରିବାର ମୋହ ରେ ,
ଆଉ ସବୁ ଅସ୍ତିତ୍ଵହୀନତା ଭିତରେ ବି
ସ୍ଥିତି ଜାହିର କରି
ଚିର କାଳ ମନ ଆଇନାରେ
ଝଲମଲ କରୁଥିବା
କିଛି ଗାଢା କିଛି ଫିକା
ସ୍ମୃତିଟିଏ ପ୍ରେମିକା ।

ଲୋକପ୍ରିୟ ଲେଖା

To Top